ରାୟପୁର: କୋରୋନା ମହାମାରୀ ଫଳରେ ଦେଶ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ସ୍ଥିତି ଦେଇ ଗତି କରୁଛି । ଲକ୍ଷଲକ୍ଷ ଲୋକ ଅନ୍ୟ ରାଜ୍ୟରେ ଅଟକି ରହିଛନ୍ତି। ଏଭଳି ଲୋକଙ୍କ ରହିବା ଏବଂ ଖାଇବା ପାଇଁ ବ୍ୟବସ୍ଥା ସ୍ଥାନୀୟ ପ୍ରଶାସନ ଦ୍ବାରା କରାଯାଉଛି। ଏଭଳି ସ୍ଥିତିରେ ଛତିଶଗଡର ଶରଗୁଜା ଜିଲ୍ଲାରେ ଦେଖିବାକୁ ମିଳିଛି ଅଭିନବ ଦୃଶ୍ୟ । ରିଲିଫ୍ କ୍ୟାମ୍ପରେ ଶିଶୁମାନଙ୍କ ଉତ୍ସୁକତା ବଢାଇବା ପାଇଁ ସରଗୁଜାର ଜିଲ୍ଲାପାଳ ଅମ୍ବିକାପୁର କ୍ୟାମ୍ପକୁ ଶିକ୍ଷା ଶିବିରରେ ପରିବର୍ତ୍ତନ କରିଛନ୍ତି ।
ଲକଡାଉନ: ରିଲିଫ୍ କ୍ୟାମ୍ପରେ ଚାଲିଛି ପାଠପଢା
କୋରୋନା ମହାମାରୀ ଫଳରେ ଦେଶ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ସ୍ଥିତି ଦେଇ ଗତି କରୁଛି । ଲକ୍ଷ ଲକ୍ଷ ଲୋକ ଅନ୍ୟ ରାଜ୍ୟରେ ଅଟକି ରହିଛନ୍ତି। ଏଭଳି ସ୍ଥିତିରେ ଛତିଶଗଡର ଶରଗୁଜା ଜିଲ୍ଲାରେ ଦେଖିବାକୁ ମିଳିଛି ଅଭିନବ ଦୃଶ୍ୟ ।
ଜିଲ୍ଲାପାଳ ସାରାଂଶ ମିତ୍ତର୍ ଅମ୍ବିକାପୁର ସ୍ଥିତ ରିଲିଫ୍ କ୍ୟାମ୍ପରେ ରହୁଥିବା ପିଲାମାନଙ୍କ ପାଇଁ ଅଧ୍ୟୟନର ବ୍ୟବସ୍ଥା କରିଛନ୍ତି। ଏଠାରେ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଶିବିରରେ ଉପସ୍ଥିତ ଜଣେ ଶିକ୍ଷିତ ଯୁବକ ଏହି କାର୍ଯ୍ୟ ଗ୍ରହଣ କରିଛନ୍ତି । ଏନେଇ ଇଟିଭି ଭାରତକୁ ଜିଲ୍ଲାପାଳ କହିଛନ୍ତି ଯେ, ସେଠାରେ ଟିଭି ମଧ୍ୟ ଲଗାଯାଇଛି । ଆସନ୍ତାକାଲି ସୁଦ୍ଧା ଏହି ରିଲିଫ କ୍ୟାମ୍ପରେ ମାସ୍କ ସାନିଟାଇଜର, ଖେଳନା ଯୋଗାଇବା ସହିତ ସିସିଟିଭି ମଧ୍ୟ ଲଗାଯିବ ।
ଲକ୍ ଡାଉନରେ ଫସିରହିଥିବା ଶ୍ରମିକଙ୍କ ପାଇଁ ହଜାର ହଜାର ରିଲିଫ କ୍ୟାମ୍ପ କରାଯାଇଛି ମାତ୍ର ଏପରି କ୍ୟାମ୍ପ ବୋଧହୁଏ କେଉଁଠାରେ ବି ନଥିବ । ଏପରି କ୍ୟାମ୍ପରେ ଲୋକେ ବିରକ୍ତ ନୁହେଁ ବରଂ ଉପଭୋଗ କରିବେ ।