ଓଡିଶା

odisha

ETV Bharat / bharat

'ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ'ର ପ୍ରଥମ ନିର୍ବାଚିତ ସଭାପତି ହେଲେ ସୀମା ମୁସ୍ତଫା - editors guild of india first ever president senior jounalist seema mustafa

'ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ'ର ପ୍ରଥମ ନିର୍ବାଚିତ ସଭାପତି ହେଲେ ସୀମା ମୁସ୍ତଫା । ଏନେଇ ଆଜି ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

'ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ' ପ୍ରଥମ ନିର୍ବାଚିତ ସଭାପତି ହେଲେ ସୀମା ମୁସ୍ତଫା
'ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ' ପ୍ରଥମ ନିର୍ବାଚିତ ସଭାପତି ହେଲେ ସୀମା ମୁସ୍ତଫା

By

Published : Oct 17, 2020, 5:47 PM IST

ନୂଆଦିଲ୍ଲୀ: 'ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ'ର ପ୍ରଥମ ନିର୍ବାଚିତ ସଭାପତି ହେଲେ ସୀମା ମୁସ୍ତଫା । ଅକ୍ଟୋବର 16ରେ ପ୍ରଥମ ଥର ପାଇଁ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆରେ ସଭାପତି, ସାଧାରଣ ସମ୍ପାଦକ ଓ କଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ କରାଯାଇଛି । ବରିଷ୍ଠ ସାମ୍ବାଦିକା ସୀମା ମୁସ୍ତଫା ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ପ୍ରଥମ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ସାଧାରଣ ସମ୍ପାଦକ ପଦବୀ ପାଇଁ ସଞ୍ଜୟ କପୁର ନିର୍ବାଚିତ ହୋଇଛନ୍ତି । ଏନେଇ ଆଜି ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।

ଏହି ନିର୍ବାଚନରେ ​​ଗିଲ୍ଡର ମୋଟ 140 ସଦସ୍ୟ ଭୋଟ୍ ଦେଇଛନ୍ତି। ସୀମା ମୁସ୍ତାଫାଙ୍କ ବିପକ୍ଷରେ ସଭାପତି ପଦ ପାଇଁ ପ୍ରତିତ୍ବନ୍ଦିତା କରିଥିବା ଏମଡି ନାଲାପାଟ 51 ଭୋଟ୍ ପାଇଥିବାବେଳେ ମୁସ୍ତାଫା 87 ଭୋଟ ପାଇଥିଲେ। ସେହିପରି ସାଧାରଣ ସମ୍ପାଦକ ପଦବୀ ପାଇଁ ସଞ୍ଜୟ କପୁରଙ୍କ ବିରୋଧରେ ANI ର ସ୍ମିତା ପ୍ରକାଶ ପ୍ରତିଦ୍ବନ୍ଦିତା କରିଥିଲେ । କୋଷାଧ୍ୟକ୍ଷ ପଦ ପାଇଁ ଅନନ୍ତ ନାଗ ଏକମାତ୍ର ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦିତାରେ ବିଜୟଲାଭ କରିଛନ୍ତି ।

ଗିଲ୍ଡ ହେଉଛି ଗଣମାଧ୍ୟମ ସମ୍ପାଦକଙ୍କ ଭାରତର ସର୍ବୋଚ୍ଚ ସଂସ୍ଥା । ଏହା 1978 ମସିହାରେ ଗଠନ କରାଯାଇଥିଲା । ଦେଶର ଗଣମାଧ୍ୟମର ରକ୍ଷକ ଭାବରେ କାର୍ଯ୍ୟ କରିଥାଏ । ନିର୍ବାଚନ ପୂର୍ବରୁ ଗିଲ୍ଲର ସଭାପତି ଭାବରେ ଶେଖର ଗୁପ୍ତା କାର୍ଯ୍ୟ କରୁଥିଲେ। ଏହି ସଂଗଠନ କ୍ଷମତାକୁ ସତ୍ୟ ଦେଖାଇବା ପାଇଁ ଆବଶ୍ୟକ ହୁଏ, ସରକାରଙ୍କୁ ଭୁଲ ଓ ଅପବ୍ୟବହାରକୁ ସମାଲୋଚନା କରିଥାଏ ।

ABOUT THE AUTHOR

...view details