ନୂଆଦିଲ୍ଲୀ: ଅଡୁଆରେ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ । ସନ୍ଦେସରା ଗ୍ରୁପର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅହମ୍ମଦ ପଟେଲଙ୍କ ବାସଭବନ ଯାଇ ତାଙ୍କୁ ପଚରାଉଚରା କରିଛି । ସେ ସନ୍ଦେସରା ଭାଇଙ୍କ ଅତି ନିକଟତର ଥିଲେ ବୋଲି ଜଣାପଡିଛି ।
କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଘରେ ପହଞ୍ଚିଲା ଇଡି - ଇଡି
ସନ୍ଦେସରା ଗ୍ରୁପର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅହମ୍ମଦ ପଟେଲଙ୍କ ବାସଭବନ ଯାଇ ତାଙ୍କୁ ପଚରାଉଚରା କରିଛି ।
ତେବେ ଇଡିର ତିନିଜଣିଆ ଟିମ୍ ଶନିବାର ପଟେଲଙ୍କ ଦିଲ୍ଲୀ ସ୍ଥିତ ବାସଭନ ପହଞ୍ଚିଥିଲେ ଏବଂ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ତାଙ୍କ ବୟାନ ରେକର୍ଡ କରିଥିଲେ । ତେବେ ଏହି ମାମଲାରେ ପଚରାଉଚରା ପାଇଁ ଇଡି ପଟେଲଙ୍କୁ 2 ଥର ଡକାଇଥିଲେ । କିନ୍ତୁ ଗୁଜରାଟର କଂଗ୍ରେସ ରାଜ୍ୟସଭା ସାଂସଦ କୋରୋନା ଯୋଗୁଁ ଇଡି ନିକଟକୁ ଯିବାକୁ ମନା କରିଦେଇଥିଲେ। ଏହାପରେ ଏଜେନ୍ସି ତାଙ୍କ ଅନୁରୋଧରେ ରାଜି ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ବାସଭବନ ଯାଇ ପଚାରାଉଚାରା କରିବ ବୋଲି କହିଥିଲା ।
ସୂଚନାଯୋଗ୍ୟ ଯେ, ଗୁଜୁରାଟ ସ୍ଥିତ ଷ୍ଟାଲିଙ୍ଗ ବାୟୋଟେକ ଲିମିଟେଡ ତଥା ସନ୍ଦେସରା ଗ୍ରୁପ ଏବଂ ଏହାର ମୁଖ୍ୟ ନିବେଶକ ,ନିତିନ ସନ୍ଦେସରା, ଚେତନ ସନ୍ଦେସରା ଏବଂ ଦୀପ୍ତ ସନ୍ଦେସରା ଭାରତୀୟ ବ୍ୟାଙ୍କ ଗୁଡିକକୁ ପ୍ରାୟ ୧୪,୫୦୦ କୋଟି ଟଙ୍କାର ଚୁନ ଲଗାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଛି । ଏନେଇ ଇଡି ତଦନ୍ତ ଜାରି ରଖିଛି ।