ଓଡିଶା

odisha

ETV Bharat / bharat

ନିଲାମ ହେବ ନିରବର ଦାମୀ ପେଣ୍ଟିଙ୍ଗ ଓ କାର... - paintings

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଠକେଇର ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଲଣ୍ଡନରୁ ଗିରଫ କରାଯିବା ପରେ ଏବେ ଭାରତରେ ଥିବା ସମ୍ପତ୍ତିର ମଧ୍ୟ ବିକ୍ରି କରାଯିବ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ଫାଇଲ ଫଟୋ

By

Published : Mar 20, 2019, 11:33 PM IST

ମୁମ୍ବାଇ: ପିଏନବି ମହାଘୋଟାଲା ଅଭିଯୁକ୍ତ ନିରବ ମୋଦିର ବଢୁଛି ଅଡୁଆ । ଲଣ୍ଡନରେ ଗିରଫଦାରି ପରେ ଏବେ ଭାରତରେ ହେବ ସମ୍ପତ୍ତି ବ୍ୟାଜାପ୍ତି । ଦେଶର ବଡ ବ୍ୟାଙ୍କିଂ ମହାଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଠକେଇର ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଲଣ୍ଡନରୁ ଗିରଫ କରାଯିବା ପରେ ଏବେ ଭାରତରେ ଥିବା ସମ୍ପତ୍ତିର ମଧ୍ୟ ବିକ୍ରି କରାଯିବ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ନିରବ ମୋଦିଙ୍କ ସମ୍ପତ୍ତି ବିକ୍ରି ନେଇ ମୁମ୍ବାଇ ସ୍ଥିତ ପ୍ରିଭେନସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ(PMLA) କୋର୍ଟ ପକ୍ଷରୁ ଇଡିକୁ ଗ୍ରୀନ ସିଗନାଲ ମିଳି ସାରିଛି । ଏହାସହ କୋର୍ଟ ନିରବଙ୍କ ପତ୍ନୀ ଆମି ମୋଦିଙ୍କ ବିରୁଦ୍ଧରେ ମଧ୍ୟ ଜାମିନ ବିହିନ ଗିରଫ ପରୱାନା ଜାରି କରାଯାଇଛି ।

13 ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକିଥିବା ମାଷ୍ଟରମାଇଣ୍ଡ ନିରବ ମୋଦିଙ୍କ 173ଟି ଦାମୀ ପେଣ୍ଟିଂ ଏବଂ 11ଟି ବିଳାସପୂର୍ଣ୍ଣ କାରକୁ ବିକ୍ରି କରିବାକୁ ମଞ୍ଜୁରୀ ମିଳିସାରିଛି । ଏହି ନିଲାମୀ ଦ୍ବାରା ସେସବୁ ସମ୍ପତ୍ତି ବିକ୍ରି କରାଯିବ । ନିରବ ନିଜ ମାମୁଁ ମେହୁଲ ଚୋକସୀଙ୍କ ସହ ମିଶି ଏହି ଘୋଟାଲା କରିଥିଲେ । ଯାହାକୁ ନେଇ ଉଭୟ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଉଭୟଙ୍କ 4,765 କୋଟି ଟଙ୍କା ସମ୍ପତ୍ତି ଜବତ ହୋଇ ସାରିଛି ।

For All Latest Updates

ABOUT THE AUTHOR

...view details