ଓଡିଶା

odisha

ETV Bharat / bharat

ଆଜି ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନ ତାରିଖ

ବିହାର ବିଧାନସଭା ନିର୍ବାଚନ ନେଇ ଆଜି ନିର୍ବାଚନ ଆୟୋଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ଏହି ସମ୍ମିଳନୀରେ ନିର୍ବାଚନୀ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

By

Published : Sep 25, 2020, 10:41 AM IST

ଆଜି ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନ ତାରିଖ
ଆଜି ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ଆଜି ଘୋଷଣା ହୋଇପାରେ ବିହାର ବିଧାନସଭାର ନିର୍ବାଚନୀ ତାରିଖ । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ତିନୋଟି ପର୍ଯ୍ୟାୟରେ ହୋଇପାରେ ବିହାର ନିର୍ବାଚନ । ଗତ ବର୍ଷ ପାଞ୍ଚ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ । ଏଥର ଦୀପାବଳି ପୂର୍ବରୁ ବିଧାନସଭା ଗଠନ ହୋଇପାରେ । 243 ବିଧାନସଭା ଆସନ ପାଇଁ କାର୍ଯ୍ୟକାଳ ଅକ୍ଟୋବର 29, 2020 ରେ ଶେଷ ହେବାକୁ ଯାଉଛି । ମହାମାରୀ ବ୍ୟାପିବା ହେତୁ ଏଥର କମ୍ ପର୍ଯ୍ୟାୟରେ ଏହି ମତଦାନ ହେବ ବୋଲି ଆଶା କରାଯାଉଛି ।



ଚଳିତ ବର୍ଷର ବିହାର ବିଧାନସଭା ନିର୍ବାଚନ ଦେଶର ଗଣତାନ୍ତ୍ରିକ ଇତିହାସରେ ସବୁଠାରୁ ଭିନ୍ନ, ଅନନ୍ୟ ଏବଂ ଆହ୍ବାନପୂର୍ଣ୍ଣ ରହିବ । କୋରୋନା ସଙ୍କଟରେ ନିର୍ବାଚନ ନ କରିବାକୁ ବିରୋଧୀ ବିରୋଧ କରିଥିଲେ , କିନ୍ତୁ ନିର୍ଦ୍ଧାରିତ ସମୟରେ ନିର୍ବାଚନ କରାଯିବ ବୋଲି ଆୟୋଗ ପକ୍ଷରୁ ଘୋଷଣା କରାଯାଇଥିଲା । ଗତ ମାସରେ କୋରୋନା ଭାଇରସ୍ ବିସ୍ତାର ହେତୁ ବିହାର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଏକ ଆବେଦନ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ ।

କୋରୋନା ସଙ୍କଟ ମଧ୍ୟରେ ଦେଶରେ ଏହା ହେଉଛି ପ୍ରଥମ ନିର୍ବାଚନ । ତେଣୁ କୋଭିଡ ପ୍ରୋଟୋକଲ ଅନୁଯାୟୀ ନିର୍ବାଚନ ଆୟୋଗ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମତଦାନ କେନ୍ଦ୍ର ସଂଖ୍ୟା ଦୁଇ ଗୁଣ କରାଯାଇଛି । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭୋଟରଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ମତଦାନ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି।

ସମସ୍ତ ମତଦାନ କେନ୍ଦ୍ରରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବାକୁ ଭୋଟରଙ୍କୁ କୁହାଯାଇଛି । ମାସ୍କ, ହ୍ୟାଣ୍ଡଫ୍ରି ସାନିଟାଇଜିଂ ଏବଂ ଶରୀରର ତାପମାତ୍ରା ମାପିବା ପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସତର୍କତାମୂଳକ ବ୍ୟବସ୍ଥା କରାଯାଉଛି। ମତଦାନ ଆରମ୍ଭ ହେବା ପୂର୍ବରୁ ବୁଥକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ କରିବାକୁ ନିର୍ଦ୍ଦେଶ ରହିଛି ।

ABOUT THE AUTHOR

...view details