ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ଏପ୍ରିଲ 11ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ତେବେ ଏହି ସମୟରେ ସୋସିଆଲ ସାଇଟର ଦୂରୁପଯୋଗକୁ ନିୟନ୍ତ୍ରିତ କରିଛି ନିର୍ବାଚନ ଆୟୋଗ । ନିର୍ବାଚନ ଆଚର ସଂହିତାରେ ବାଧା ସୃଷ୍ଟି କରୁଥିବା 500ରୁ ଉର୍ଦ୍ଧ୍ୱ ପୋଷ୍ଟକୁ ହଟାଇଦେଇଛି ।
ନିର୍ବାଚନ ଯେପରି ବ୍ୟାଘାତ ନ ହେବ ସେଥିପାଇଁ ଆୟୋଗ ନିଜ ଶକ୍ତି ଦେଖାଇଛି । ଟ୍ୱିଟର ଓ ଫେସବୁକ ସମେତ ଅନ୍ୟ ସୋସିଆଲ ପ୍ଲାଟଫର୍ମରେ ଯେତେ ବି ନିର୍ବାଚନ ଉଲଘଂନ କରିଥିବା ପୋଷ୍ଟ ଥିଲା ତାହାକୁ ତୁରନ୍ତ ଡିଲିଟ କରିଛି ଆୟୋଗ ।