ଓଡିଶା

odisha

ETV Bharat / bharat

ଆକ୍ସନ ମୁଡରେ ଇସି: ପଶ୍ଚିମ ତ୍ରିପୁରାର 168 ବୁଥରେ ହେବ ସାନି ମତଦାନ

ଚଳିତ ଲୋକସଭା ନିର୍ବାଚନର ମତଦାନ ସମୟରେ ହୋଇଥିବା ଗଡବଡକୁ ନେଇ ଆକ୍ସନ ମୁଡରେ ଅଛନ୍ତି ନିର୍ବାଚନ ଆୟୋଗ। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ବରୂପ ପଶ୍ଚିମ ତ୍ରିପୁରା ସଂସଦୀୟ କ୍ଷେତ୍ରର 168ଟି ବୁଥରେ ସାନି ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

By

Published : May 8, 2019, 11:47 AM IST

ଫାଇଲ ଫଟୋ

ଅଗରତଲା: ନିର୍ବାଚନ ଆୟୋଗଙ୍କ(ଇସି) ଛାଟରୁ ବର୍ତ୍ତି ପାରୁନାହିଁ ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା । ଚଳିତ ଲୋକସଭା ନିର୍ବାଚନର ମତଦାନ ସମୟରେ ହୋଇଥିବା ଗଡବଡକୁ ନେଇ ଆକ୍ସନ ମୁଡରେ ଅଛନ୍ତି ଇସି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ବରୂପ ପଶ୍ଚିମ ତ୍ରିପୁରା ସଂସଦୀୟ କ୍ଷେତ୍ରର 168ଟି ବୁଥରେ ସାନି ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ମାସ 12 ତାରିଖରେ ଏଠାରେ ପୁନର୍ବାର ଭୋଟଗ୍ରହଣ କରାଯିବ । ଏହି ଆସନ ପାଇଁ ଗତ ଏପ୍ରିଲ 11 ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିଲା।

ଏନେଇ ଇସିଙ୍କ ପକ୍ଷରୁ କୁହାଯାଇଛି ଯେ, ଲୋକ ପ୍ରତିନିଧି ଅଧିନିୟମ-1951ର 58 ଧାରାର ଉପଧାରା (2) ଅନୁସାରେ ପଶ୍ଚିମ ତ୍ରିପୁରା ସଂସଦୀୟ କ୍ଷେତ୍ରର 168ଟି ବୁଥରେ ପୁନର୍ବାର ଭୋଟଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ 7ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏଠାରେ ଭୋଟିଂ କରାଯିବ। ସାନି ମତଦାନ ସମ୍ପର୍କରେ ମତଦାତା, ବିଭିନ୍ନ ରାଜନୈତିକ ଦଳ ଏବଂ ଦଳୀୟ ପ୍ରାର୍ଥୀଙ୍କୁ ଅବଗତ କରିବା ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥରର ସର୍ବାଧିକ ପରିମାଣରେ ମତଦାନ ହୋଇଥିବା ରାଜ୍ୟ ତାଲିକାରେ ତ୍ରିପୁରା ସାମିଲ ରହିଛି । ଏଠାରେ 83.26 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ତ୍ରିପୁରାରେ ମୋଟ ଦୁଇଟି ସଂସଦୀୟ କ୍ଷେତ୍ର ରହିଛି । ପଶ୍ଚିମ ଏବଂ ପୂର୍ବ ତ୍ରିପୁରା । ପଶ୍ଚିମ ତ୍ରିପୁରା ଆସନ ପାଇଁ ଏପ୍ରିଲ 11 ତାରିଖରେ ଭୋଟଗ୍ରହଣ କରାଯାଇଥିବା ବେଳେ, ପୂର୍ବ ଆସନ ପାଇଁ ଏପ୍ରିଲ 18ରେ ମତଦାନ ହେବାର ଥିଲା । ଏଠାରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖାଯିବାରୁ ଭୋଟଗ୍ରହଣକୁ ଏପ୍ରିଲ 23କୁ ଘୁଞ୍ଚାଇ ଦିଆଯାଇଥିଲା ।

ABOUT THE AUTHOR

...view details