ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ନିର୍ବାଚନ ପ୍ରଚାରକୁ ନେଇ ଚିନ୍ତାରେ ନିର୍ବାଚନ ଆୟୋଗ । କିଭଳି ହେବ ନିର୍ବାଚନ ପ୍ରଚାର ? କିପରି ହେବ ସାଧାରଣ ସଭା ? ଏପରି କିଛି ପ୍ରଶ୍ନର ଉତ୍ତର ପାଇଁ ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କ ଠାରୁ ପରାମର୍ଶ ଲୋଡିଛନ୍ତି ନିର୍ବାଚନ ଆୟୋଗ ।
ଜାତୀୟ ଓ ଆଞ୍ଚଳିକ ଦଳଗୁଡିକ କିପରି ଏହାକୁ ପରିଚାଳନା କରିବେ, ଏନେଇ ସେମାନଙ୍କ ଆଭିମୁଖ୍ୟ କଣ ଏସବୁର ତଥ୍ୟ ଦେବାକୁ ନିର୍ବାଚନ କମିଶନ କହିଛନ୍ତି । ଏହାସହ ଏବାବଦରେ ଦଳ ଗୁଡିକ ନିଜର ପରାମର୍ଶ ଦେବାକୁ ମଧ୍ୟ କୁହାଯାଇଛି ।
ତେବେ ପରାମର୍ଶ ଦେବାର ଶେଷ ତାରିଖ ଜୁଲାଇ 31 ତାରିଖ ରଖାଯାଇଛି । ଏହି ସମୟ ମଧ୍ୟରେ ନିର୍ବାଚନ ପରିଚାଳନା ଓ ପ୍ରଚାର ଆଦି ପ୍ରସଙ୍ଗରେ ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ପରାମର୍ଶ ଦେବାକୁ ଆୟୋଗ ପକ୍ଷରୁ କୁହାଯାଇଛି ।