ଫିଜି: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଫିଜି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.0 ଥିବା ଜଣାପଡିଛି । ରବିବାର ଅପରାହ୍ନ ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଭୂମିକମ୍ପରେ ଥରିଲା ଫିଜି - magnitude 6.0
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଫିଜି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.0 ଥିବା ଜଣାପଡିଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଭୂକମ୍ପ କେନ୍ଦ୍ର ସୁଭାଠାରୁ 543 କିମି ଦୂରରେ ସୃଷ୍ଟି ହୋଇଥିଲା । କିନ୍ତୁ ଏହି ଅଘଟଣରେ ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ସୁନାମୀ ନେଇ ସତର୍କତା ଜାରି କରାଯାଇଛି ।
ସୂଚନା ଅନୁସାରେ, ଫିଜି ହେଉଛି ପ୍ରଶାନ୍ତ ମହାସାଗର ଉପକୂଳରେ ଥିବା ଏକ ସ୍ଥାନ । ଅଧିକାଂଶ ସମୟରେ ଏହି କ୍ଷେତ୍ର ଭୂକମ୍ପ ଓ ଲାର୍ଭା ଉଦଗୀରଣର ସାମନା କରିଥାଏ ।