କୋଲକାତା/ ରାଞ୍ଚି: ରବିବାର ଝାଡଖଣ୍ଡ ଓ ପଶ୍ଚମିବଙ୍ଗର ବିଭିନ୍ନ ସ୍ଥାନରେ ଦେଖାଦେଇଛି ମୃଦୁ ଭୂମିକମ୍ପ। ପଶ୍ଚିମବଙ୍ଗର ବାଙ୍କୁଡ଼ା, ପୁରୁଲିଆ, ଦୁର୍ଗାପୁର ଓ ବର୍ଦ୍ଧାନ ଅଞ୍ଚଳରେ ଆଜି ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୪.୮ ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।
ଝାଡଖଣ୍ଡ ଓ ପଶ୍ଚମିବଙ୍ଗରେ ମୃଦୁ ଭୂମିକମ୍ପ - westbengal
ରବିବାର ଝାଡଖଣ୍ଡ ଓ ପଶ୍ଚମିବଙ୍ଗର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ। ଏହି ଭୂକମ୍ପର ତୀବ୍ରତା 4.8 ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ଛି ।
ପ୍ରତିକାତ୍ମକ ଫଟୋ
ରବିବାର ସକାଳ ୧୦ଟା ୩୯ ମିନିଟରେ ଏହି ଭୂକମ୍ପ ହୋଇଥିଲା। ଅନ୍ୟପଟେ ଝାଡଖଣ୍ଡରେ ଗିରିଡି, ଜମତାରା ଏବଂ ଡୁମକାରେ ମଧ୍ୟ ଅନୁଭୂତ ହୋଇଥିଲା ଭୂମିକମ୍ପ। ହେଲେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି।