ଓଡିଶା

odisha

ETV Bharat / bharat

ମୁମ୍ବାଇର ପାଲଘରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 3.5 ରେକର୍ଡ

ମାୟାନଗରୀ ମୁମ୍ବାଇକୁ ପୁଣି ଭୂ-କମ୍ପର ଝଟକା । ଆଜି ସକାଳ 08 ସମୟରେ ଭୂକମ୍ପରେ ଥରିଲା ପାଲଘର । ଶୁକ୍ରବାର ଓ ଶନିବାର ଲଗାତାର 4 ଥର ପାଇଁ ଭୂ-କମ୍ପ ଅନୁଭୂତ ହୋଇଥିଲା । ଅଧିକ ପଢନ୍ତୁ...

ମୁମ୍ବାଇର ପାଲଘରେ ଭୂକମ୍ପ
ମୁମ୍ବାଇର ପାଲଘରେ ଭୂକମ୍ପ

By

Published : Sep 7, 2020, 10:21 AM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ପୁଣି ଭୂକମ୍ପ । ସୋମବାର(ଆଜି) ସକାଳ 8 ସମୟରେ ପାଲଘରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ମୁମ୍ବାଇର 102 କିଲୋମିଟର ଉତ୍ତରରେ ଏହି ଭୂକମ୍ପର କମ୍ପନ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ଶନିବାର ଦିନ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଚାରିଟି ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ବାରମ୍ବାର ଝଟକା ଲାଗିଥିଲା ।

ପ୍ରଥମ ଭୂ-କମ୍ପ ରାତି 11.41 ରେ ଦାହାନୁ ତହସିଲରେ ରିକ୍ଟର ସ୍କେଲ ଥିଲା 4.0 । ପରେ ମଧ୍ୟାହ୍ନ 12.05 ସମୟରେ ତାଲାସରୀ ତହସିଲରେ 3.6 ରିକ୍ଟର ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା । ତୃତୀୟ ଥର ରିକ୍ଟର ସ୍କେଲରେ 2.7 ଓ ଶେଷ ରେକର୍ଡ ଶନିବାର ସକାଳ 6.36 ରେ ହୋଇଥିଲା।

ABOUT THE AUTHOR

...view details