ଓଡିଶା

odisha

ETV Bharat / bharat

କାହିଁକି ରାଜୀବ କୁମାରଙ୍କୁ କୋଳେଇ ନେଲେ ଦିଦି ? - CBI

କଥାରେ ଅଛି ରାଜନୀତିରେ ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର । ଏବଂ ସରକାର ଯାହାର ସରକାରିଆ ଚାକିରିଆ ତାହାର । ଯାହାର ନିଛକ ଉଦହାରଣ  ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଆଉ ପରିସ୍ଥିତି ବଦଳିଲେ ଲୋକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ହୁଏ ତାର ପ୍ରମାଣ ମିଳିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Feb 6, 2019, 8:54 AM IST

ନୂଆଦିଲ୍ଲୀ: କୋଲକାତା ପୋଲିସ କମିସନର ରାଜୀବ କୁମାରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କାରଣ ସିବିଆଇ କାଳେ ଗିରଫ କରି ନେବ ସେଥିପାଇଁ ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରାଜୀବ କୁମାରଙ୍କ ଘରେ ଆସି ପହଞ୍ଚିଯାଇଥିଲେ । ହେଲେ ଜଣେ ଅଫିସରକୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ସମ୍ପର୍କୀୟ ଭଳି ଆସି ସୁରକ୍ଷା ଦେବାକୁ ନେଇ ପ୍ରଶ୍ନ ଉଠିଛି ।

ସବୁଠୁ ବଡ଼ କଥା ହେଲା ରାଜୀବ କୁମାରଙ୍କ ବିରୋଧରେ ଦିନେ ମମତା 10 ବର୍ଷ ତଳେ କଡ଼ା ବିରୋଧ କରିଥିଲେ । ସେତେବେଳେ କିନ୍ତୁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସରକାର ଥିଲା । ରାଜୀବ କୁମାରଙ୍କୁ ଫୋନ୍‌ ଟ୍ୟାପିଂ ପାଇଁ ଦାୟୀ କରି କଡ଼ା ବିରୋଧ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନିକଟତର ଥିଲେ ରାଜୀବ କୁମାର । ଏମିତିକି ଏବେ ଯେମିତି ରାଜୀବ କୁମାର ଶାସକ ଦଳର ସମ୍ପର୍କକୁ ନେଇ ପ୍ରଶ୍ନ ଉଠୁଛି । ସମାନ ଅଭିଯୋଗ ସେତେବେଳର ସରକାରୀ ଦଳ ସିପିଆଇ(ଏମ୍) ଓ ରାଜୀବ କୁମାରଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଉଥିଲେ ମମତା ।

କାହିଁକି ଜଣେ ଦକ୍ଷ ଅଫିସର ସିବିଆଇ ସ୍କାନରରେ ?

ପଶ୍ଚିମବଙ୍ଗର ଶାରଦା ଚିଟଫଣ୍ଡ ମାମଲାର ତଦନ୍ତ କରୁଥିଲେ ରାଜୀବ । ତଦନ୍ତ ପାଇଁ ରାଜ୍ୟ ସରକାର ଯେଉଁ ଏସଆଇଟି ଟିମ୍ ଗଠନ କରିଥିଲେ ସେଥିରେ ମୁଖ୍ୟ ଥିଲେ ରାଜୀବ କୁମାର । ଏହାପରେ ପୋଲିସ କମିଶନର ଭାବେ ଅବସ୍ଥାପିତ ହୋଇଥିଲେ । କିନ୍ତୁ ଏହାପରେ ରାଜୀବଙ୍କ ଦକ୍ଷତାକୁ ଅଲଗା ନଜରରେ ଦେଖିଥିଲେ ବିରୋଧୀ । କାରଣ ଚିଟଫଣ୍ଡ ତଦନ୍ତ ଶିଥିଳ ପଡିବା, କଲ ରେକର୍ଡ (ନେତା ଓ ଚିଟଫଣ୍ଡ ମାଲିକ), କାଗଜ ପତ୍ର ନଷ୍ଟ କରାଯିବା ଭଳି ସଂଗୀନ ଅଭିଯୋଗ ଆସିଥିଲା । ଯାହାକି ସିବିଆଇ ଜାଣିବାକୁ ପାଇଥିଲା । ଏ ନେଇ ନିଜର ପକ୍ଷ ରଖିବାକୁ ନୋଟିସ କରିଥିଲା ସିବିଆଇ । କିନ୍ତୁ କାହିଁକି ହାଜର ହେଉନଥିଲେ କାହାରିକୁ ଜଣାନାହିଁ ।

ବିରୋଧୀ ବିଜେପି ସମେତ ଅନ୍ୟ ଦଳ ଯେଉଁ ନେତାଙ୍କ ନାଁ ଚିଟଫଣ୍ଡ ଲିଙ୍କ ଥିବା ନେଇ ଅଭିଯୋଗ ଆଣୁଥିଲେ, ଟିଏମସିକୁ ଅଡୁଆରେ ପକାଉଥିଲା । ତେଣୁ ପ୍ରମାଣ ନଷ୍ଟ ପାଇଁ ମମତା ରାଜୀବଙ୍କୁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ମମତା କେନ୍ଦ୍ର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ।

For All Latest Updates

ABOUT THE AUTHOR

...view details