ନୂଆଦିଲ୍ଲୀ: ବୈଦେଶିକ ବ୍ୟପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜି 3 ଦିନିଆ ବିଦେଶ ଗସ୍ତରେ ବାହାରିଛନ୍ତି । ଆଗାମୀ ତିନି ଦିନ ମଧ୍ୟରେ ସେ ବୁଲଗେରିଆ, ମରୋକ୍କୋ ଏବଂ ସ୍ପେନ ପ୍ରଭୃତି ରାଷ୍ଟ୍ର ପରିଦର୍ଶନରେ ଯିବେ । ଏହି ଅବସରରେ ସେ ଦ୍ୱିପାକ୍ଷିକ ସମ୍ବଦ୍ଧର ସମୀକ୍ଷା ଏବଂ ବିଭିନ୍ନ ଆଲୋଚନା କାର୍ଯ୍ୟକ୍ରମରେ ଭାଗନେବେ ।
3 ଦିନିଆ ବିଦେଶ ଗସ୍ତରେ ଗଲେ ସୁଷମା ସ୍ୱରାଜ - India
ତିନି ରାଷ୍ଟ୍ର ଗସ୍ତରେ ଗଲେ ବୈଦେଶିକ ବ୍ୟପାର ମନ୍ତ୍ରୀ ସୁଷମା ସ୍ୱରାଜ । ତିନି ଦିନର ଗସ୍ତ ଅବଧିରେ ବୁଲଗେରିଆ, ମରକ୍କୋ ଓ ସ୍ପେନ ପରିଦର୍ଶନରେ ଯିବେ ।
ସେହିଭଳି ଆସନ୍ତା 17 ରୁ 18 ମଧ୍ୟରେ ବୈଦେଶିକ ମନ୍ତ୍ରୀ ମରକ୍କୋ ଗସ୍ତ କରିବେ । ଏହି ଅବସରରେ ସେ ସ୍ୱତନ୍ତ୍ର ଆଲୋଚନାରେ ଭାଗେନେବେ । ଏହାସହ ଦୁଇ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ, ଗୃହ ନିର୍ମାଣ, ଯୁବ ବ୍ୟାପାର ଆଦି ପ୍ରସଙ୍ଗରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
ଗସ୍ତର ଶେଷ ପର୍ଯ୍ୟାୟରେ ସୁଷମା ସ୍ପେନ ଯାତ୍ରା କରୁଥିବା ବେଳେ ଏହି ଅବସରରେ ସେଠାକାର ସରକାର ତାଙ୍କୁ ସମ୍ମାନିତ କରିବେ । 2015ରେ ନେପାଳରେ ହୋଇଥିବା ଭୂମିକମ୍ପ ବେଳେ ଫସିରହିଥିବା 71 ଜଣ ସ୍ପେନ ନାଗରିକଙ୍କୁ ଭାରତ ଉଦ୍ଧାର କରିଥିଲା । ଭାରତର 'ଅପରେସନ ମୈତ୍ରୀ'କୁ ସମ୍ମାନ ଜଣାଇ ସୁଷମାଙ୍କୁ 'ଗ୍ରାଣ୍ଡ କ୍ରସ ଅଫ୍ ଦ ଅର୍ଡର ଅଫ୍ ସିଭିଲ୍ ମେରିଟ' ସମ୍ମାନରେ ସମ୍ମାନିତ କରିବେ ସ୍ପେନ ସରକାର ।