ଓଡିଶା

odisha

ETV Bharat / bharat

ସାମାଜିକ ଦୂରତାରେ ବିଳମ୍ବ ଘଟିଲେ ଅଧିକ ସମୟ ରହେ କୋରୋନା - ସାମାଜିକ ଦୂରତାରେ ବିଳମ୍ବ

ଯେଉଁ ସହର ଯେତେ ବିଳମ୍ବରେ ସାମାଜିକ ଦୂରତା ଲାଗୁ କରିଛି ସେହି ସହରରେ କୋଭିଡ 19 ଭୂତାଣୁ 2.4 ଦିନ ଅଧିକ ବଢିଛି ବୋଲି ରିସର୍ଚ୍ଚରୁ ଜଣାପଡିଛି । ପ୍ରତିଦିନ ଲୋକ ଆକ୍ରାନ୍ତ ହେଉଛନ୍ତି । ଅଧିକ ପଢନ୍ତୁ...

ସାମାଜିକ ଦୂରତାରେ ବିଳମ୍ବ ଘଟିଲେ ଅଧିକ ସମୟ ରହେ କୋରୋନା
ସାମାଜିକ ଦୂରତାରେ ବିଳମ୍ବ ଘଟିଲେ ଅଧିକ ସମୟ ରହେ କୋରୋନା

By

Published : Jun 3, 2020, 6:45 PM IST

ଟେକ୍ସାସ: କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି । ସବୁ ରାଷ୍ଟ୍ର ସରକାରଙ୍କ ଗାଇଡଲାଇନରେ ସାମାଜିକ ଦୂରତା ମୁଖ୍ୟ ପ୍ରସଙ୍ଗ ରହିଛି । ଏହାକୁ ପାଳନ କରିବା ସମସ୍ତଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ତେବେ ଏହି ସାମାଜିକ ଦୂରତା ଅଥବା ସୋସିଆଲ ଡିଷ୍ଟାନ୍ସିଂ ଉପରେ ନିକଟରେ ଆମେରିକାର ଏକ ୟୁନିଭର୍ସିଟି ରିସର୍ଚ୍ଚ କରିଥିଲା । ଅଷ୍ଟିନର ଦ ୟୁନିଭର୍ସିଟି ଅଫ୍ ଟେକ୍ସାସ 58ଟି ସହରରେ ସାମାଜିକ ଦୂରତା ଲାଗୁ ଉପରେ ଏକ ସର୍ଭେ କରିଥିଲା । ଏଥିରୁ ଜଣାପଡିଥିଲା ଯେ ଯେଉଁ ସହରରେ ଏହି ନିୟମ ଲାଗୁରେ ବିଳମ୍ବ ହୋଇଛି ସେଠାରେ କୋରୋନା ସ୍ଥିତି ଅଧିକ ସମୟ ରହିଛି । ଅର୍ଥାତ ଅନ୍ୟ ସହର ମାନଙ୍କରେ ଯେବେଠାରୁ ନିୟମ ଲାଗୁ ହେଲା ତାହାର କିଛିଦିନ ପରେ ଆଉ କିଛି ସହର ଏହାକୁ ଲାଗୁ କରିଥିଲେ । ଫଳରେ ପ୍ରଥମେ ଲାଗୁ କରିଥିବା ସହର ଅପେକ୍ଷା ପରବର୍ତ୍ତୀ ସହରମାନଙ୍କରେ କୋରୋନା ଅଧିକ ଦିନ ରହିଥିଲା ।

ପ୍ରଥମ କୋରୋନା ଆକ୍ରାନ୍ତ ବାହାରିବା ପରେ ସାମାଜିକ ଦୂରତା ଲାଗୁରେ ଯେତେ ବିଳମ୍ବ ଘଟିଛି କୋରୋନା ସ୍ଥିତି ସେତେ ଅଧିକ ଦିନ ଲାଗି ରହିଛି । ସର୍ଭେ ହୋଇଥିବା ସମସ୍ତ ସହରରେ ପ୍ରଥମ ଆକ୍ରାନ୍ତ ବାହାରିବା ପରବର୍ତ୍ତୀ ସମୟକୁ ହିସାବ କରାଯାଇଥିଲା । ଯେଉଁ ସହର ଯେତେ ବିଳମ୍ବରେ ସାମାଜିକ ଦୂରତା ଲାଗୁ କରିଛି ସେହି ସହରରେ କୋଭିଡ 19 ଭୂତାଣୁ 2.4 ଦିନ ଅଧିକ ବଢିଛି ବୋଲି ରିସର୍ଚ୍ଚରୁ ଜଣାପଡିଛି । ପ୍ରତିଦିନ ଲୋକ ଆକ୍ରାନ୍ତ ହେଉଛନ୍ତି । ତେଣୁ ଗୋଟିଏ ଦିନ ବିଳମ୍ବ କଲା ମାତ୍ରେ ଏହା ଅନେକ ଲୋକଙ୍କୁ ଆକ୍ରାନ୍ତ କରିଥାଏ । ଫଳରେ ପଜିଟିଭ ସଂଖ୍ୟା ବଢିଚାଲେ ବୋଲି ରିସର୍ଚ୍ଚର ନେତୃତ୍ବ ନେଇଥିବା ଲୌରେନ ଆନସେଲ ମେୟେର୍ସେ କହିଛନ୍ତି ।

ଆମେରିକାର ସହରମାନଙ୍କରେ ଏହି ସର୍ଭେ କରିଥିଲେ ଟିମ୍ । ଏହାସହ ଦେଖାଯାଇଥିଲା ଯେ କେବଳ ଲକ୍ଷଣ ଦେଖାଯାଇଥିବା ସହରରେ ଆକ୍ରାନ୍ତ ସ୍ପଷ୍ଟ ହେବା ପୂର୍ବରୁ ସାମାଜିକ ଦୂରତା ଲାଗୁ କରାଯାଇଥିବାରୁ ସେଠାରେ ମାମଲା ନିୟନ୍ତ୍ରଣ କରାଯାଇଥିଲା । ଆଉ ଯେଉଁ ଜାଗାମାନଙ୍କରେ ଆକ୍ରାନ୍ତ ହେବା ପରେ ଏହା ଲାଗୁ ହୋଇଥିଲା ସେଠାରେ କୋଭିଡ 19 ନିୟନ୍ତ୍ରଣ କରିବା ପ୍ରଶାସନ ପକ୍ଷରେ କଷ୍ଟକର ହୋଇପଡିଛି । ଯଦିଚ ଏହି ସର୍ଭେରେ ଏହା ଜଣାପଡିନଥିଲା ଯେ କେଉଁ ପ୍ରକାର ସାମାଜିକ ଦୂରତା ଲାଗୁ ହେବା ଦ୍ବାରା ଅଧିକ ପ୍ରଭାବ ପଡିଛି ହେଲେ ଏହା ସ୍ପଷ୍ଟ ହୋଇଥିଲା ଯେ ଯେତେ ଶିଘ୍ର ନିୟମ ଲାଗୁ ହୋଇଥିଲା ସେତେ ଶିଘ୍ର କୋରୋନାର ପ୍ରଭାବ ହ୍ରାସ ପାଇଥିଲା ।

ABOUT THE AUTHOR

...view details