ଓଡିଶା

odisha

ETV Bharat / bharat

ବାଥରୁମ ଯିବା ବାହାନାରେ ବର ଫେରାର, ବନ୍ଧକ ବରଯାତ୍ରୀ - bride

ବିହାର ମୁଙ୍ଗେର ଜିଲ୍ଲାରେ ଏମିତି କିଛି ଘଟଣା ଘଟିଥିଲା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାହାବେଦୀରେ ବରମାଳ ପିନ୍ଧାଇ ସାରିବା ପରେ ବର ଫେରାର ହୋଇଯାଇଛି ।

ଫାଇଲ ଫଟୋ

By

Published : Jun 3, 2019, 11:19 PM IST

ନୂଆଦିଲ୍ଲୀ: ବାଜା, ବାଣ ରୋଶଣିରେ ବରଯାତ୍ରୀ, ନିମନ୍ତ୍ରିତ ଅତିଥି ସମେତ ବର, କନ୍ୟା ଗାଁରେ ପହଞ୍ଚି ସାରିଥିଲା । ସବୁ କିଛି ରୀତିନୀତି ମୁତାବକ ଚାଲିଥିଲା । ଏହା ପରେ ଏମିତି କିଛି ଘଟଣା ଘଟିଥିଲା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାହାବେଦୀରେ ବରମାଳ ପିନ୍ଧାଇ ସାରିବା ପରେ ବର ଫେରାର ହୋଇଯାଇଛି । ଏମିତି ଏକ ଘଟଣା ଘଟିଛି ବିହାର ମୁଙ୍ଗେର ଜିଲ୍ଲାରେ ।

ସୂଚନା ଅନୁସାରେ ବିହାର ମୁଙ୍ଗେର ଜିଲ୍ଲା ଖଡଗପୁର ଥାନା ଅନ୍ତର୍ଗତ ଫସିୟାବାଦ ଗ୍ରାମରେ ଏଭଳି ଏକ ବିସ୍ମୟକର ଘଟଣା ଘଟିଛି । ବରମାଳା ପିନ୍ଧାଇ ସାରିବା ପରେ ବର ଫେରାର ପରେ କନ୍ୟା ପକ୍ଷରୁ ବରର ପିତା, ଦାଦା ଓ ଭାଇ ସମେତ ସମସ୍ତ ବରଯାତ୍ରୀଙ୍କୁ ବନ୍ଧକ ରଖିଛନ୍ତି । ଏତେ ସବୁ ଘଟଣା ପରେ ମଧ୍ୟ ପୋଲିସକୁ ଖବର ଦିଆଯାଇ ନାହିଁ ।

ସମ୍ପୂର୍ଣ୍ଣ ଘଟଣା ଏହିପରି ହରପୁର ଥାନା ଅନ୍ତର୍ଗତ ଗୋଗୁଲଚକ ନିବାସୀ ମୁନିଲାଲ ବିନ୍ଦଙ୍କ ପୁଅ ମିଥୁନ କୁମାରଙ୍କ ବିବାହ ସ୍ଥିର ହୋଇଥିଲା । ଯୌତୁକ ବାବଦକୁ କନ୍ୟାପକ୍ଷରୁ 30 ହଜାର ନଗଦ ଓ ବାଇକ ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା । ଏହି ବିବାହ କନ୍ୟାର ମାଉସୀ ଘର ଫାସିଆବାଦ ଗ୍ରାମରେ ଆୟୋଜନ କରାଯାଇଥିଲା । ମାତ୍ର ବରମାଳ ପିନ୍ଧାଇବା ପରେ ବର କେଉଁ ଆଡେ ଫେରାର ହୋଇଯାଇଛି । ଅନେକ ଖୋଜିବା ପରେ ମଧ୍ୟ ବରର କୌଣସି ଖୋଜଖବର ମିଳିପାରି ନାହିଁ । ଏହାପରେ ବର ପିତା, ଭାଇ, ଦାଦା ଓ ବରଯାତ୍ରୀଙ୍କୁ ବନ୍ଧକ ରଖିଛନ୍ତି କନ୍ୟା ଗ୍ରାମର ଲୋକେ ।

ଏହି ଘଟଣା ଯୌତୁକ ଟଙ୍କାକୁ ନେଇ ଘଟିଛି ବୋଲି ଅଭିଯୋଗ କରିଛନ୍ତି କନ୍ୟା ପିତା । ସେ କହିଛନ୍ତି ଯେ ବରମାଳ ପିନ୍ଧାଇବା ପରେ ବର 3ଲକ୍ଷ ଟଙ୍କା ଦାବି କରିଥିଲା । ଏହାପରେ ବାଥରୁମ ଯିବା ବାହାନା କରି ନିଜ ସାଙ୍ଗଙ୍କ ବାଇକରେ ଫେରାର ହୋଇଯାଇଛି । ବିବାହରେ ଖର୍ଚ୍ଚ ଓ ଯୌତୁକ ବାବଦରେ ଦିଆଯାଇଥିବା ଟଙ୍କା ଫେରାଇବା ପାଇଁ କନ୍ୟା ପକ୍ଷରୁ ଦାବି କରାଯାଇଛି ।

For All Latest Updates

ABOUT THE AUTHOR

...view details