ଓଡିଶା

odisha

ETV Bharat / bharat

ଇଣ୍ଟରନେଟ ସେବା ବନ୍ଦ ବେଳେ ପ୍ରତିଘଣ୍ଟାରେ କ୍ଷତି ହେଉଛି 2.45 କୋଟି

ଦେଶରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସମୟରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥାଏ। ଏହି ବନ୍ଦ ପାଇଁ ପ୍ରତି ଘଣ୍ଟାରେ 2.45 କୋଟିର କ୍ଷତି ସହୁଛି ଟେଲିକମ କମ୍ପାନୀ। ଯାହା ଟେଲିକମ କମ୍ପାନୀର ଚିନ୍ତା ବଢାଇ ଦେଇଛି। ଅଧିକ ଖବର ପଢନ୍ତୁ...

INTERNET
ଇଣ୍ଟରନେଟ ସେବା ରଦ୍ଦ ବେଳେ ପ୍ରତି ଘଣ୍ଟାରେ 2.45 କୋଟିର କ୍ଷତି ସହୁଛି ଟେଲିକମ କମ୍ପାନୀ

By

Published : Dec 29, 2019, 6:03 PM IST

ନୂଆଦିଲ୍ଲୀ: ଇଣ୍ଟରନେଟ ଲୋକଙ୍କ ପାଇଁ ଯେତିକି ସୁବିଧା ସୁଯୋଗ ଆଣିଦେଉଛି ତାହା ସହ ବିଭିନ୍ନ ପ୍ରକାର ଅସୁବିଧା ମଧ୍ୟ ସୃଷ୍ଟି କରୁଛି। ଅନେକ ସମୟରେ ହିଂସାତ୍ମକ ପରିସ୍ଥିତି ଓ ଦଙ୍ଗାଭଳି ଘଟଣା ଇଣ୍ଟରନେଟ ପାଇଁ ଘଟିଥିବାର ନଜିର ରହିଛି। ଏନେଇ ଦେଶର ବିଭିନ୍ନ ଘଡିସନ୍ଧି ମୁହୁର୍ତ୍ତ ଓ ଜରୁରୀକାଳୀନ ସ୍ଥିତିରେ ଅପ୍ରିତିକର ପରିସ୍ଥିତି ଏଡାଇବା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥାଏ।

ଉଦାହରଣ ସ୍ବରୂପ ଗତ କିଛିଦିନ ତଳେ ନାଗରିକତା ସଂଶୋଧନ ଆଇନ ଓ ଏନଆରସି ବିରୋଧରେ ହିଂସାତ୍ମକ ପରିସ୍ଥିତି ଓ ଜମ୍ମୁକାଶ୍ମୀରରୁ ଧାରା 370 ହଟାଇବା ସମୟରେ ଲଗାମ ଲଗାଇବାକୁ ଦେଶରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। ଏପରିକି ବର୍ତ୍ତମାନ ସମୟରେ ସିଏଏକୁ ନେଇ ଦେଶରରେ ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ଅପ୍ରିତିକର ପରିସ୍ଥିତିକୁ କମ କରିବାକୁ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଉଛି।

ତେବେ ଏହି ପ୍ରତିବନ୍ଧକ ଫଳରେ ଟେଲିକମ କମ୍ପାନୀ ଗୁଡିକୁ ପ୍ରତିଘଣ୍ଟାରେ କ୍ଷତି ସହିବାକୁ ପଡୁଛି। ଯାହାର ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ପ୍ରତିଘଣ୍ଟାରେ ଟେଲିକମ କମ୍ପାନୀଙ୍କୁ 2.45 କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି।

ଖବର ଅନୁସାରେ, ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତି ମାସରେ ଭାରତୀୟମାନେ ପାଖାପାଖି 9.8 ଗିଗାବାଇଟର ଡାଟା ସ୍ମାର୍ଟଫୋନରେ ବ୍ୟବହାର କରିଥାନ୍ତି। ତେଣୁ ବିଭିନ୍ନ ଘଟଣାରେ ପ୍ରଥମରେ ଇଣ୍ଟରନେଟ ଉପରେ ରୋକ ନଲଗାଇବାକୁ ସିଓଏସଆଇ ପକ୍ଷରୁ କୁହାଯାଇଛି । ତେବେ ବିଭିନ୍ନ ସମୟରେ ଇଣ୍ଟରନେଟ ଉପରେ ଲଗାମ ପାଇଁ ଭାରତୀୟ ଟେଲିକମ କମ୍ପାନୀର କ୍ଷତି ସହିବା ସହ ଚିନ୍ତା ବଢାଇ ଦେଇଛି ।

ABOUT THE AUTHOR

...view details