ଓଡିଶା

odisha

ETV Bharat / bharat

ପାକିସ୍ତାନ ଉପରେ ମହଙ୍ଗାମାଡ, କ୍ଷୀର ଲିଟର ପିଛା 180

ପ୍ରଥମେ ପରିବା, ପେଟ୍ରୋଲ ଓ ଡିଜେଲ ଆଉ ଏବେ ଦୁଗ୍ଧ । ପାକିସ୍ତାନରେ ଦୁଗ୍ଧର ମୂଲ୍ୟ ଏବେ ଆକାଶ ଛୁଆଁ । ଦୁଗ୍ଧ ଲିଟର ପିଛା 180 ଟଙ୍କା ବିକ୍ରୀ ହେଉଥିବାବେଳେ ଏହା ଏବେ ପାକ୍‌ବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

By

Published : Apr 13, 2019, 5:13 PM IST

ଫାଇଲ ଫଟୋ

କରାଚୀ: ପ୍ରଥମେ ପରିବା, ପେଟ୍ରୋଲ ଓ ଡିଜେଲ ଆଉ ଏବେ ଦୁଗ୍ଧ । ପାକିସ୍ତାନରେ ଦୁଗ୍ଧର ମୂଲ୍ୟ ଏବେ ଆକାଶ ଛୁଆଁ । ଦୁଗ୍ଧ ଲିଟର ପିଛା 180 ଟଙ୍କା ବିକ୍ରୀ ହେଉଥିବାବେଳେ ଏହା ଏବେ ପାକ୍‌ବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପୁଲଓ୍ବାମା ଆଟାକ ପରେ ପାକିସ୍ତାନର ଆର୍ଥିକ ଅବସ୍ଥା ପୁରା ବେହାଲ ହୋଇଯାଇଛି । ପାକରେ ପ୍ରଥମେ ପରିବା, ପେଟ୍ରୋଲ, ଡିଜେଲ ଦର ଆକାଶ ଛୁଆଁ ହୋଇଥିବାବେଳେ ଏବେ ଦୁଗ୍ଧ ଦର ସବୁଠୁ ଉଚ୍ଚାରେ ରହିଛି । ଯାହା ପାକ୍‌ବାସୀଙ୍କ ପାଇଁ ସବୁଠୁ ଚିନ୍ତାର କାରଣ ପାଲଟିଛି । ହଠାତ୍ କରାଚୀ ଡେରି ଫାର୍ମ ଦୁଗ୍ଧର ଦର 23 ଟଙ୍କା ଅଧିକ ବଢାଇଦେଇଛନ୍ତି । ଯାହା ଏବେ ଲିଟର ପିଛା 120 ଟଙ୍କା ରହିଛି । ତେବେ ଖୁଚୁରା ବଜାରରେ ଏହା ଲିଟର ପିଛା 100 ଟଙ୍କାରୁ 180 ଟଙ୍କା ଭିତରେ ବିକ୍ରି ହେଉଛି ।

ସୂଚନାନୂଯାୟୀ, ପୂର୍ବରୁ ମହଙ୍ଗାକୁ ନେଇ ପାକିସ୍ତାନବାସୀ କ୍ରୋଧିତ ଥିବାବେଳେ ଏବେ ଦୁଗ୍ଧର ମୂଲ୍ୟ ବୃଦ୍ଧି ଆହୁରି ତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଚଢା ଦରରେ ବିକ୍ରି କରୁଥିବା ଖୁଚୁରା ଦୋକାନୀଙ୍କ ଉପରେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେଉଥିବା କହିଛନ୍ତି । ପ୍ରଶାସନ ପକ୍ଷରୁ ଦୁଗ୍ଧର ଦର ଲିଟର ପିଛା 94 ଟଙ୍କା କରାଯାଇଥିବା ବେଳେ ବାହାର ଦୋକାନୀ ଲିଟର ପିଛା 100ରୁ 180 ଟଙ୍କା ବିକାଯାଉଛି । ଏନେଇ ପ୍ରଶାସନ ସମସ୍ତ ଡେପୁଟି କମିଶନରଙ୍କୁ କହିଛନ୍ତିଯେ, ଯେଉଁ ଦୋକାନୀ ନିର୍ଦ୍ଧାରିତ ଦର ଠାରୁ ଅଧିକ ମୂଲ୍ୟରେ ଦୁଗ୍ଧ ବିକ୍ରି କରୁଛି ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆଉ ଏହି ମାମଲାରେ ଜଣେ ଖୁଚୁରା ଦୋକାନୀକୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡିଛି ।

ତେବେ ଆର୍ଥିକ ସ୍ତରରେ ପାକିସ୍ତାନ ଦୁର୍ବଳ ହୋଇଯାଉଥିବା ବେଳେ ସମୟେ ସମୟେ ଏଭଳି ସାମଗ୍ରୀର ଏଭଲି ଦରଦାମ ବୃଦ୍ଧି ପ୍ରଶାସନର ଚିନ୍ତାକୁ ଆହୁରି ଦ୍ବିଗୁଣିତ କରୁଛି । ଗତ 5 ବର୍ଷ ଧରି ପାକିସ୍ତାନର ଦରବୃଦ୍ଧି ଆକାଶ ଛୁଆଁ ହୋଇଛି । ମାର୍ଚ୍ଚ ମାସରେ ଦରବୃଦ୍ଧି 9.4 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଦରଦାମ ବୃଦ୍ଧି, ମୂଦ୍ରା ସ୍ପିତି ହାରରେ ହ୍ରାସ ଓ ପେଟ୍ରୋଲ ଓ ଡିଜେଲରେ ଦର ବୃଦ୍ଧି ଯୋଗୁଁ ପାକିସ୍ତାନର କେନ୍ଦ୍ରିୟ ବ୍ୟାଙ୍କ ସୂଧ ହାର ବଢାଇ 10.75 ପ୍ରତିଶତ କରିଦେଇଛି ।

ABOUT THE AUTHOR

...view details