ଲକ୍ଷ୍ନୌ: ଏକ ବିଷଧର ସାପକୁ ପାଟିରେ କାମୁଡ଼ି ଖଣ୍ଡଖଣ୍ଡ କଲେ ଜଣେ ମଦ୍ୟପ । ସାପଟି ତାଙ୍କୁ କାମୁଡିଲା ବୋଲି ସେ ରାଗରେ ଏଭଳି କରିଛନ୍ତି । ତେବେ ଘଟଣା ପରେ ସାପର ମୃତ୍ୟୁ ଘଟିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ଗୁରୁତର ଅଛନ୍ତି । ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ।
ସାପ ଚୋଟ ମାରିଲା ବୋଲି...
ସାପ ଚୋଟ ମାରିଲା ବୋଲି ତାକୁ ପାଟିରେ କାମୁଡ଼ି ଖଣ୍ଡଖଣ୍ଡ କରିଦେଲେ ଉତ୍ତର ପ୍ରଦେଶ ଇଟାୱା ଜିଲ୍ଲାର ଜଣେ ବ୍ୟକ୍ତି ।
ଫାଇଲ ଫଟୋ
ସୂଚନା ମୁତାବକ, ଇଟାୱା ଅସରୌଲୀ ଗାଁର ରାଜକୁମାର ନିଶାସକ୍ତ ଅବସ୍ଥାରେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ଏହାପରେ ସେ ରାଗରେ ସାପଟିକୁ କାମୁଡ଼ି ଖଣ୍ଡଖଣ୍ଡ କରିଦେଇଥିଲେ। ସାପଟି ମରିଯିବା ପରେ ରାଜ କୁମାର ମଧ୍ୟ ଅଚେତ ହୋଇ ଯାଇଥିଲେ। ତେବେ ରାଜକୁମାରଙ୍କ ପରିବାବ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି ।