ଓଡିଶା

odisha

ETV Bharat / bharat

ମରୁଡି ମହାସଙ୍କଟରେ ମହାରାଷ୍ଟ୍ର

ମହାରାଷ୍ଟ୍ରର ଅନେକ ଅଞ୍ଚଳ ମରୁଡିରେ ପ୍ରଭାବିତ । ଟୋପାଏ ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ରାଜ୍ୟର ବୁଲଢାଣା ଜିଲ୍ଲାର 210ଟି ଗାଁର ଶୋଷ ମେଣ୍ଟାଇବା ପାଇଁ ସରକାର ଟ୍ୟାଙ୍କରର ସାହାଯ୍ୟ ନେଉଛି ।

By

Published : May 22, 2019, 10:46 AM IST

ଫଟୋ ସୌଜନ୍ୟ: ସୋସିଆଲ ମି଼ିଡିଆ

ମୁମ୍ବାଇ: ମହାରାଷ୍ଟ୍ରରେ ଏବେବି ଜଳ ସଙ୍କଟ ଲାଗିରହିଛି । ଅନେକ ଅଞ୍ଚଳ ମରୁଡିରେ ପ୍ରଭାବିତ ହୋଇଥିବା ବେଳେ ଟୋପାଏ ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

ରାଜ୍ୟର ବୁଲଢାଣା ଜିଲ୍ଲାରେ 210ଟି ଗାଁ ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ସରକାର ଟ୍ୟାଙ୍କରର ସାହାଯ୍ୟ ନେଉଛି । ଏହି ଗାଁ ଗୁଡିକୁ 220ଟି ଟ୍ୟାଙ୍କର ଜରିଆରେ ପାଣି ପହଞ୍ଚାଇବାର ବ୍ୟବସ୍ଥା ହୋଇଛି ।

ପାଣି ସମସ୍ୟା ଏତେ ଭୟାବହ ରହିଛି ଯେ ଲୋକଙ୍କୁ 3 ଦିନରେ ଥରେ ପାଣି ମିଳୁଛି । ଯେଉଁ ଦିନ ପାଣି ଟ୍ୟାଙ୍କ ଆସୁଛି ସେଦିନ ସଂଘର୍ଷ କରିବାକୁ ପଡୁଛି ।

ଜିଲ୍ଲାରେ ମୋଟ 91ଟି ବନ୍ଧ ମଧ୍ୟରୁ 55ଟିରେ ପାଣି ଶୁଖିଯାଇଥିବା ବେଳେ ପାଣି ଅଭାବ କାରଣରୁ ଲୋକେ ଗାଁ ଛାଡିବାକୁ ବାଧ୍ୟ ହେଉଛନ୍ତି ।

ABOUT THE AUTHOR

...view details