ହାଇଦ୍ରାବାଦ: ଲବଙ୍ଗ ହେଉଛି ଏକ ମସଲା ଯାହା ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ସହଜରେ ମିଳିଥାଏ । ଏହାର ଭିନ୍ନ ସ୍ୱାଦ ଏବଂ ସୁଗନ୍ଧ ହେତୁ ଲବଙ୍ଗ ଅନେକ ପ୍ରକାରର ଖାଦ୍ୟରେ ବ୍ୟବହୃତ ହୁଏ । ଏହା ଯେପରି ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରାଇଥାଏ, ସେହିପରି ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଆପଣ ଜାଣନ୍ତି କି ଏହା ମେଦବହୁଳତା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ସୁଗନ୍ଧିତ ମସଲା ଶରୀରର ବର୍ଦ୍ଧିତ ଚର୍ବିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ।
ପ୍ରୋଟିନ, ଆଇରନ, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ସୋଡିୟମ ଏବଂ ହାଇଡ୍ରୋକ୍ଲୋରିକ ଏସିଡ ପ୍ରଚୁର ପରିମାଣରେ ମିଳିଥାଏ । ଏହା କେବଳ ମେଦବହୁଳତାକୁ ହ୍ରାସ କରେ ନାହିଁ ବରଂ ଶରୀରକୁ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।
ଲବଙ୍ଗ ମୋଟାପଣକୁ ହ୍ରାସ କରେ
ଲବଙ୍ଗ ଶରୀରର ମେଟାବୋଲିଜିମକୁ ଉତ୍ତେଜିତ କରିଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି ମସଲାରେ ଆଣ୍ଟିକୋଲେଷ୍ଟେରିକ ଏବଂ ଆଣ୍ଟି-ଲିପିଡ ଗୁଣ ମଧ୍ୟ ଥାଏ । ଯେତେବେଳେ ଏହି ଶକ୍ତିଶାଳୀ ମସଲା ଗୋଲମରିଚ, ଡାଲଚିନି ଏବଂ ଜିରା ସହିତ ମିଶ୍ରିତ ହୁଏ, ଏହା ଶରୀରର ମେଟାବୋଲିକ ହାରକୁ ଶୀଘ୍ର ବଢାଇବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଲବଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ, ଯାହା ଅକ୍ସିଡେଟିଭ ଚାପକୁ ହ୍ରାସ କରିଥାଏ । କମ ଅକ୍ସିଡେଟିଭ ଚାପ ରୋଗର ଆଶଙ୍କା ହ୍ରାସ କରେ । ଲବଙ୍ଗ ରକ୍ତରେ ଶର୍କରାକୁ ମଧ୍ୟ ନିୟନ୍ତ୍ରଣରେ ରଖେ ।
ଆସନ୍ତୁ ଜାଣିବା କିପରି ଏହି ପାନୀୟ ପ୍ରସ୍ତୁତ କରାଯାଏ ।
50 ଗ୍ରାମ ଲବଙ୍ଗ