ଓଡିଶା

odisha

ETV Bharat / bharat

ଆକାଶୀ ଟାର୍ଗେଟକୁ ଉଡାଇବ ‘ଆକାଶ-1s’

ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି ଭାରତ । ଡିଆରଡିଓ ଦ୍ବିତୀୟ ଥର ପାଇଁ ଏୟାର ଡିଫେନ୍ସ ସିଷ୍ଟମ ଆକାଶ-1sର ସଫଳ ପରୀକ୍ଷଣ କରିଛି ।

ପ୍ରତିକାତ୍ମକ ଫଟୋ

By

Published : May 27, 2019, 8:40 PM IST

Updated : May 28, 2019, 10:20 AM IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ଜବରଦସ୍ତ ସଫଳତା । ସୋମବାର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ଶକ୍ତିଶାଳୀ ମିଶାଇଲ ସିଷ୍ଟମ ‘ଆକାଶ-1s’ର ସଫଳ ପରୀକ୍ଷଣ ହୋଇଛି । ଗତ 2 ଦିନ ମଧ୍ୟରେ ଏହା ‘ଆକାଶ-1s’ର ଦ୍ବିତୀୟ ସଫଳ ପରୀକ୍ଷଣ ।

ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଲଢୁଆ ବିମାନ, କ୍ରୁଜ ମିଶାଇଲ ଓ ବାଲାଷ୍ଟିକ ମିଶାଇଲକୁ ଆକାଶରେ ଟାର୍ଗେଟ କରି ଖସାଇବାରେ ସକ୍ଷମ । ଏପରିକି ସମସ୍ତ ଆକାଶୀ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ଏହା ଧୁରନ୍ଧର ବୋଲି ଡିଆରଡିଓ ସୂଚନା ଦେଇଛି ।

କ’ଣ ରହିଛି ଏହି ମିଶାଇଲ ସିଷ୍ଟମର ବିଶେଷତ୍ବ ?

ଏହି ମିଶାଇଲ ସିଷ୍ଟମରେ 2ଟି ୟୁନିଟ ରହିଛି । ଭାରତ ଉପରେ ଯଦି କେହି ଆକ୍ରମଣ କରେ, ତେବେ ଏଥିରେ ଖଞ୍ଜା ଯାଇଥିବା ରାଡର ତାହାର ଗତି ଓ ବ୍ୟବଧାନକୁ ସଠିକ ଭାବେ ଆକଳନ କରି ଅନ୍ୟ ଏକ ୟୁନିଟକୁ ସୂଚନା ଦେଇଥାଏ । ଏଥି ସହିତ ଅନ୍ୟ ୟୁନିଟଟି ଶତ୍ରୁର ମିଶାଇଲକୁ ଟାର୍ଗେଟ କରି ଖସାଇ ଥାଏ । ଏଥି ସହ ସମସ୍ତ ପ୍ରକାର ଏୟାର ଷ୍ଟ୍ରାଇକକୁ ପ୍ରତିହତ କରିବାକୁ ଏହି ମିଶାଇଲ ସିଷ୍ଟମ ସର୍ବଦା ପ୍ରସ୍ତୁତ ରହିଥାଏ ।

ଏୟାର ଡିଫେନ୍ସ ସିଷ୍ଟମ କଣ ?

ଆଧୁନିକ ଯୁଗରେ ଯେଉଁ ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେତେ ଶକ୍ତିଶାଳୀ ସେ ଦେଶ ଉପରେ କୌଣସି ଆକ୍ରମଣର ପ୍ରଭାବ ସେତେଟା ପଡିନଥାଏ । କାରଣ କୌଣସି ଆକାଶୀ ଟାର୍ଗେଟକୁ ପ୍ରଥମେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ହିଁ ଟ୍ରାକ୍ (ଚିହ୍ନଟ) କରିବା ସହ ଆକାଶରେ ଉଡାଇ ଦେଇଥାଏ । ଲଢୁଆ ବିମାନ କିମ୍ବା ଡ୍ରୋନ ଆକ୍ରମଣ, ଏହାକୁ ପ୍ରତିହତ କରିଥାଏ ଏୟାର ଡିଫେନ୍ସ ସିଷ୍ଟମ । ଏପରିକି ମିଶାଇଲ ଠାରୁ ଆରମ୍ଭ କରି ବାଲାଷ୍ଟିକ୍ ମିଶାଇଲ ସବୁ ଟାର୍ଗେଟକୁ ମଧ୍ୟ ହିଟ୍ କରିଥାଏ ଏୟାର ଡିଫେନ୍ସ ସିଷ୍ଟମ । ପ୍ରଥମେ ରାଡାରରେ କୌଣସି ଟାର୍ଗେଟ ଟ୍ରାକ କରିବା ଏବଂ ପରେ ମିଶାଇଲ୍ ଲଞ୍ଚ କରି ଏହାକୁ ହିଟ୍ କରିବା ଏହି ପ୍ରଣାଳୀର ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଶେଷତ୍ବ ।

Last Updated : May 28, 2019, 10:20 AM IST

For All Latest Updates

ABOUT THE AUTHOR

...view details