ଅହମ୍ମଦାବାଦ୍: ଆଜି ଏକ ପବିତ୍ର ଦିନ, ଗଣେଷ ଚତୁର୍ଥୀ । ଏହି ଦିନରେ ବିଘ୍ନହର୍ତ୍ତାଙ୍କୁ ବିଭିନ୍ନ ସ୍ଥାନରେ ଖୁବ୍ ଧୁମଧାମରେ ପୂଜା କରାଯାଏ। ହେଲେ ଚଳିତ ବର୍ଷ କୋରୋନା ପାଇଁ ଏହା ଫିକା ପଡିଯାଇଛି।
ଡାକ୍ତରାଣୀଙ୍କ ନିଆରା ପ୍ରୟାସ, କୋଭିଡ୍ ଦୂର କରିବେ ଡ୍ରାଏ ଫ୍ରୁଟ୍ସ ଗଜାନନ ତଥାପି କଟକଣା ମଧ୍ୟରେ କିଛି ସ୍ଥାନରେ ଏହାକୁ ପାଳନ କରାଯାଉଛି। ସବୁଠୁ ଖାସ୍ କଥା ହେଲା ଆଜିର ଦିନରେ ବାପ୍ପାଙ୍କ ଭକ୍ତମାନେ ତାଙ୍କୁ ବିଭିନ୍ନ ରୂପରେ ସଜାଇଥାନ୍ତି। କିଏ ଚକୋଲେଟରେ ତ ଆଉ କିଏ ଡ୍ରାଏ ଫ୍ରୁଟ୍ସରେ। ଗଜାନନଙ୍କ ଏହିପରି ମୂର୍ତ୍ତି କାରୁକାର୍ଯ୍ୟ ପ୍ରତିବର୍ଷ ଚର୍ଚ୍ଚାରେ ରହିଥାଏ।
ଡାକ୍ତରାଣୀଙ୍କ ନିଆରା ପ୍ରୟାସ, କୋଭିଡ୍ ଦୂର କରିବେ ଡ୍ରାଏ ଫ୍ରୁଟ୍ସ ଗଜାନନ ଚଳିତ ବର୍ଷ ମଧ୍ୟ ସେମିତି ଏକ ଭିନ୍ନ ଗଜାନନ ପ୍ରସ୍ତୁତ କରି ଚର୍ଚ୍ଚାରେ ଡାକ୍ତରାଣୀ। ମହାମାରୀ ମହାଦଶାରୁ ତ୍ରାହି ପାଇବା ପାଇଁ ଗୁଜୁରାଟ ସୁରଟ ନିବାସୀ ଡଃ ଆଦିତ୍ୟ ମିତ୍ତଲ ଗଣେଷଙ୍କ ମୂର୍ତ୍ତି ଡ୍ରାଏ ଫ୍ରୁଟ୍ସରେ ପ୍ରସ୍ତୁତ କରିଛନ୍ତି।
''ମୁଁ ଏହି ପ୍ରତିମାକୁ ଶୁଖିଲା ଫଳରେ ତିଆରି କରିଛି । ଯାହାକୁ 10 ଦିନ ପର୍ଯ୍ୟନ୍ତ ରଖିହେବ। ଏହାସହ ପ୍ରସାଦକୁ କୋଭିଡ୍ ମେଡିକାଲରେ ବଣ୍ଟା ଯିବ। ବର୍ତ୍ତମାନ ସମୟରେ ମହାମାରୀ ସମସ୍ତଙ୍କୁ ମାଡି ବସିଛି। ଏଥିରୁ ନିସ୍ତାର ପାଇଁ କେବଳ ବିଘ୍ନହର୍ତ୍ତା ହିଁ ସାହା ହେବେ। ତେବେ ଏହି ମୂର୍ତ୍ତିକୁ କୋଭିଡ୍ ହସ୍ପିଟାଲରେ ସ୍ଥାପନ କରାଯିବ ବୋଲି ମିତ୍ତଲ କହିଛନ୍ତି''।
ଭକ୍ତର ଅଗାଢ ବିଶ୍ବାସ। କେବଳ ଭଗବାନ ହିଁ ମାନବ ସମାଜକୁ ବିପଦରୁ ରକ୍ଷା କରିବେ। ଯେତେ ବେଳେ ସବୁ ପ୍ରକାର ଚେଷ୍ଟା ଓ ପ୍ରଚେଷ୍ଟା ହାର ମାନିଯାଏ ସେତେ ବେଳେ ଉପରବାଲା ହିଁ ସାହା ଭରଷା। ତାଙ୍କ ଆଗରେ ମେଡିକାଲ ସାଇନ୍ସ ମଧ୍ୟ ମୁଣ୍ଡ ନୂଆଁଇଛି।