ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ମତଦାନ ପରେ ଭୋଟ୍ ଗଣନା ଜାରି ରହିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି ଏକ ବଡ ଅଭିଯୋଗ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ରେ ଲେଖିଛନ୍ତି ଯେ ଆମେ ଏକ ବଡ ବିଜୟ ଆଡକୁ ଯାଉଛୁ କିନ୍ତୁ ବିରୋଧୀ ଭୋଟ୍ ଚୋରି କରିବାକୁ ଚେଷ୍ଟା କରୁଛି।
ଭୋଟ୍ ଚୋରି କରୁଛନ୍ତି ବିରୋଧି: ଟ୍ରମ୍ପ
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ମତଦାନ ପରେ ଭୋଟ୍ ଗଣନା ଜାରି ରହିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି ଏକ ବଡ ଅଭିଯୋଗ କରିଛନ୍ତି।
ଟ୍ରମ୍ପ
ସେ ଏହା ମଧ୍ୟ ଲେଖିଛନ୍ତି ଯେ ଆମେ ବିରୋଧୀଙ୍କୁ ଏହା କରିବାକୁ ଦେବୁ ନାହିଁ । ମତଦାନ ବନ୍ଦ ହେବାପରେ ଭୋଟ୍ ଦିଆଯାଇପାରିବ ନାହିଁ । ଏହା ସହ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଜନତାଙ୍କୁ ସମ୍ବୋଧନ କରିବେ । ପ୍ରକାଶଥାଉକି, ବର୍ତ୍ତମାନ ଜୋ ବିଡେନ୍ ଆଗରେ ଅଛନ୍ତି । ଏବେ ସୁଦ୍ଧା ବିଡେନ 223 ଭୋଟ୍ ପାଇଥିବା ବେଳେ ଟ୍ରମ୍ପ 174 ଭୋଟରେ ପଛୁଆ ଅଛନ୍ତି ।