ଓଡିଶା

odisha

ETV Bharat / bharat

ଆମେରିକାର ରାଷ୍ଟ୍ରପତିଙ୍କୁ ପସନ୍ଦ 'ଯୋଗୀ ମଡେଲ'

ୟୁପିରେ CAA ହିଂସାତ୍ମକ ପ୍ରଦର୍ଶନରେ ଦଙ୍ଗାକାରୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଯାହାକୁ ଡୋନାଲ୍ଡ ଟ୍ରମ୍ପ ବେଶ ପସନ୍ଦ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jun 27, 2020, 4:09 PM IST

ଆମେରିକାର ରାଷ୍ଟ୍ରପତିଙ୍କୁ ପସନ୍ଦ 'ଯୋଗୀ ମଡେଲ'
ଆମେରିକାର ରାଷ୍ଟ୍ରପତିଙ୍କୁ ପସନ୍ଦ 'ଯୋଗୀ ମଡେଲ'

ନୂଆଦିଲ୍ଲୀ: ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି ଯୋଗୀଙ୍କ ମଡେଲ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 'ଯୋଗୀ ମଡେଲ'କୁ ପସନ୍ଦ କରିଛନ୍ତି । ଗତ ବର୍ଷ ଡିସେମ୍ବରରେ ନାଗରିକତ୍ୱ ଆଇନ ବିରୁଦ୍ଧରେ ସାରା ଦେଶରେ ପ୍ରଦର୍ଶନ ନାମରେ ଦଙ୍ଗାକାରୀମାନେ ହିଂସା, ଅଗ୍ନିକାଣ୍ଡ ଏବଂ ଭଙ୍ଗାରୁଜା କରିଥିଲେ। ଉତ୍ତରପ୍ରଦେଶରେ ମଧ୍ୟ ହିଂସା ଦେଖାଦେଇଥିଲା ଏବଂ ଯାନବାହାନ, ପୋଲିସ ଆଉଟପୋଷ୍ଟ ଏବଂ ସରକାରୀ ସମ୍ପତ୍ତିରେ ନିଆଁ ଲଗାଇ କ୍ଷତିଗ୍ରସ୍ତ ହୋଇଥିଲା କିନ୍ତୁ ଏଭଳି ଘଟଣା ବିରୋଧରେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ପକ୍ଷରୁ ଏକ ନୂଆ କରି ଆରମ୍ଭ କରାଯାଇଥିଲା। ଦଙ୍ଗାକାରୀଙ୍କୁ ଏକ ଶିକ୍ଷା ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ୟୁପି ସରକାର 100 ରୁ ଅଧିକ ସ୍ଥାନରେ ପୋଷ୍ଟର ଲଗାଇଥିଲେ ଏବଂ 57 ଦଙ୍ଗାକାରୀଙ୍କ ନାମ, ଠିକଣା ଏବଂ ସେମାନଙ୍କଠାରୁ ଉଦ୍ଧାର କରାଯିବାକୁ ଥିବା ଅର୍ଥ ଏହି ପୋଷ୍ଟରରେ ଲେଖାଯାଇଥିଲା।

ୟୁପିର ସେହି ଯୋଗୀ ମଡେଲର ଖବର ଲକ୍ଷ୍ନୌ ଠାରୁ 12 ହଜାର 346 କିମି ଦୂରରେ ଥିବା ହ୍ବାଇଟ ହାଉସରେ ଶୁଣିବାକୁ ମିଳିଥିଲା । ହ୍ବାଇଟ ହାଉସ ନିକଟ ଲେଫାୟେଟ ସ୍କୋୟରରେ ହୋଇଥିବା ଦଙ୍ଗା ଅଭିଯୋଗରେ 15 ଜଣ ଅଭିଯୁକ୍ତଙ୍କ ଫଟୋ ପୋଷ୍ଟରରେ ଲଗାଯାଇଛି। ଏଥିରେ ହ୍ବାଇଇଟ ହାଉସ ନିକଟରେ ପୂର୍ବତନ ରାଷ୍ଟ୍ରପତି ଏଣ୍ଡ୍ରିୟୁ ଜ୍ୟାକସନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ୟୁପିରେ CAA ହିଂସାତ୍ମକ ପ୍ରଦର୍ଶନରେ ଦଙ୍ଗାକାରୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ପରେ ସିସିଟିଭି, ଭିଡିଓ ଫୁଟେଜରୁ ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଦଙ୍ଗାକାରୀଙ୍କଠାରୁ ପୁନରୁଦ୍ଧାରର ପୋଷ୍ଟର ଛକ ନିକଟରେ ରଖାଯାଇଥିଲା। ସେମାନଙ୍କ ଠାରୁ ପୁନରୁଦ୍ଧାର ପାଇଁ ନୋଟିସ ପଠାଯାଇଥିଲା ।

ଦଙ୍ଗାକାରୀଙ୍କୁ ଧରିବା ପାଇଁ ପୋଲିସ ଚଢଉ କରିଥିଲା। ପରେ ହିଂସା ଅଭିଯୋଗରେ ଆସିଥିବା ବ୍ୟକ୍ତିଙ୍କ ପୋଷ୍ଟର ଲଗାଇବା ପାଇଁ ଆହ୍ଲାବାଦ ହାଇକୋର୍ଟ ୟୁପି ସରକାରଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଥିଲେ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ସାକ୍ଷାତ ହୋଇଥିଲା । ଯେତେବେଳେ ଟ୍ରମ୍ପ ଆଗ୍ରାର ତାଜମହଲ ଦେଖିବାକୁ ଆସିଥିଲେ। ଏହି ପୋଷ୍ଟରଗୁଡିକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି କହିଛନ୍ତି ଯେ "ଅନେକ ଲୋକଙ୍କୁ ଗିରଫ କରାଯାଇଛି, ଲେଫାୟଟ ସ୍କୋୟାରରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଅଭିଯୋଗରେ ଖୋଜା ଚାଲିଛି। ଏଥିରେ 10 ବର୍ଷ ଜେଲ ବ୍ୟବସ୍ଥା ରହିଛି"।

ABOUT THE AUTHOR

...view details