ଓଡିଶା

odisha

ETV Bharat / bharat

ପ୍ରଥମ ଦିନରେ ବାତିଲ ହେଲା 82 ବିମାନ, ଯାତ୍ରୀ ହନ୍ତସନ୍ତ

ଆଜିଠାରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହା ଅନେକ ଯାତ୍ରୀଙ୍କ ପାଇଁ ଆଶ୍ବସ୍ତିକର ଖବର କିନ୍ତୁ ଆଜି ପ୍ରଥମ ଦିନରେ ଯାତ୍ରୀମାନଙ୍କୁ ନିରାଶ ହେବାକୁ ପଡିଛି ।

domestic flight service
ପ୍ରଥମ ଦିନରେ ବାତିଲ ହେଲା 82 ବିମାନ

By

Published : May 25, 2020, 11:59 AM IST

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହା ଅନେକ ଯାତ୍ରୀଙ୍କ ପାଇଁ ଆଶ୍ବସ୍ତିର ଖବର କିନ୍ତୁ ଆଜି ପ୍ରଥମ ଦିନରେ ଯାତ୍ରୀମାନଙ୍କୁ ନିରାଶ ହେବାକୁ ପଡିଛି । ମଧ୍ୟରାତ୍ରିରେ ଅନେକ ଯାତ୍ରୀ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ, କିନ୍ତୁ ସେଠାରେ ସେମାନେ ଶେଷ ମୁହୂର୍ତ୍ତରେ ବିମାନ ବାତିଲ ହେବା ବିଷୟରେ ଜାଣିଥିଲେ।

ଦିଲ୍ଲୀରୁ ପୋର୍ଟ ବ୍ଲେୟାର, କୋଲକାତା, ହାଇଦ୍ରାବାଦ, ମୁମ୍ବାଇ, ଇନ୍ଦୋରକୁ ବିମାନ ଉଡାଣ ବାତିଲ କରାଯାଇଛି। ଅନ୍ୟପକ୍ଷରେ ମୁମ୍ବାଇରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୌହାଟୀରେ ମଧ୍ୟ ବିମାନ ବାତିଲ ହେବା ପରେ ଯାତ୍ରୀମାନେ ନିରାଶ ହୋଇଛନ୍ତି ।

ଦିଲ୍ଲୀ ବିମାନବନ୍ଦରରେ 82 ଟି ବିମାନକୁ ବାତିଲ କରାଯାଇଛି। ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ 190 ଟି ଟେକଅପ୍ ଓ 190 ଅବତରଣ କରିବାର ପୂର୍ବାନୁମାନ କରିଥିଲା କିନ୍ତୁ ବର୍ତ୍ତମାନ 118 ବିମାନ ଅବତରଣ କରିବ ଓ 125 ଟି ଟେକ୍ଅପ୍ ହେବ। 82 ବିମାନକୁ ବାତିଲ କରାଯାଇଛି । ବାତିଲ ପଛରେ ରାଜ୍ୟଗୁଡିକରୁ କମ୍ ବିମାନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି।

ଦିଲ୍ଲୀ ବିମାନବନ୍ଦରରେ ଜମ୍ମୁରୁ ଜଣେ ଯାତ୍ରୀ, ପଶ୍ଚିମବଙ୍ଗ ଯାଇଥାନ୍ତେ । ସେ କହିଛନ୍ତି ଯେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ବାର୍ତ୍ତା ପଠାଯାଇ ନାହିଁ। ମୁଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲି, ଏହାପରେ ଜାଣିଲି ଯେ ବିମାନ ବାତିଲ ହୋଇଛି ଓ ପଶ୍ଚିମବଙ୍ଗକୁ ସେବା 28 ତାରିଖରୁ ଆରମ୍ଭ ହେବ।

ABOUT THE AUTHOR

...view details