ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଭାରତୀୟ ଏୟାରଲାଇନ୍ସକୁ ସେମାନଙ୍କ ଘରୋଇ ବିମାନର ମୋଟ କ୍ଷମତାର 45 ପ୍ରତିଶତ ପର୍ଯ୍ୟନ୍ତ ଉଡ଼ାଣ ଭରିବାକୁ ଅନୁମୋଦନ ଦେଇଛନ୍ତି । ଏହାପୂର୍ବରୁ ଗତ ମାସରେ କ୍ଷମତାର ଏକ ତୃତୀୟାଂଶ ପର୍ଯ୍ୟନ୍ତ ଉଡ଼ାଣ ଭରିବାକୁ ଅନୁମତି ଦିଆଯାଇଥିଲା। ଦେଶରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଏବେ ମଧ୍ୟ ନିଷେଧାଦେଶ ରହିଛି ।
ଘରୋଇ ବିମାନକୁ 45 ପ୍ରତିଶତ ଉଡାଣ ଭରିବାକୁ ମଞ୍ଜୁରୀ
କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ଲାଗୁ ହୋଇଥିବା ବନ୍ଦ ଯୋଗୁଁ ସେବା ପ୍ରାୟ ଦୁଇମାସ ସ୍ଥଗିତ ରହିବା ପରେ ମେ 25ରୁ ଏହି ସେବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...
କୋରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଲାଗୁ ହୋଇଥିବା ବନ୍ଦ ଯୋଗୁଁ ସେବା ପ୍ରାୟ ଦୁଇମାସ ସ୍ଥଗିତ ରହିବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମେ 25ରୁ ଘରୋଇ ଯାତ୍ରୀ ସେବା ଆରମ୍ଭ କରିବାକୁ ଅନୁମୋଦନ କରିଥିଲା।ଏୟାରଲାଇନ୍ସକୁ କୋରୋନା ଅବଧି ପୂର୍ବରୁ ସେମାନଙ୍କର ଏକ ତୃତୀୟାଂଶ ବିମାନ ଉଡ଼ାଣ କରିବାକୁ ଅନୁମତି ଦିଆଯାଇଥିଲା। ମନ୍ତ୍ରଣାଳୟ ମେ 21ରେ ଜାରି କରାଯାଇଥିବା ଆଦେଶରେ ସଂଶୋଧନ କରି ଶୁକ୍ରବାର କହିଛି ଯେ ଏକ ତୃତୀୟାଂଶ କ୍ଷମତା 45 ପ୍ରତିଶତ କ୍ଷମତା ଭାବରେ ବଢାଯିବା ଉଚିତ।
ଅନ୍ୟପକ୍ଷରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟ କରି କହିଛନ୍ତି ଯେ, ଦେଶରେ ଘରୋଇ ବିମାନ ସେବା ଅନୁମୋଦନ ହେବା ପରଠାରୁ ଏକ ମାସ ମଧ୍ୟରେ 18,92,581 ଯାତ୍ରୀ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି । ସେପଟେ ଶୁକ୍ରବାର କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ଆଉ କିଛି ଦିନ ବୃଦ୍ଧି କରିଛନ୍ତି। ନୂତନ ଆଦେଶ ଅନୁଯାୟୀ, ଏହି ପ୍ରତିବନ୍ଧକ ଜୁଲାଇ 15 ପର୍ଯ୍ୟନ୍ତ ବଳବତ୍ତର ରହିବ। ମାର୍ଚ୍ଚରେ ଲକଡାଉନ ଲାଗୁ ହେବା ପୂର୍ବରୁ ମଧ୍ୟ ଭାରତରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ନିଷେଧ କରାଯାଇଥିଲା, ଯାହା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି।