ଓଡିଶା

odisha

ETV Bharat / bharat

କୁକୁର ନାଁରେ ଥାନାରେ ମାମଲା, ଜାଣନ୍ତୁ କାରଣ... - ବନଖଣ୍ଡ ଅଧିକାରୀ

କୁକୁର ନାଁରେ ଅଭିଯୋଗ ଆଣିଛନ୍ତି ଦୁଇ ବଳଦର ମାଲିକ । ଏନେଇ ମାଲିକଙ୍କ କହିବା ମୁତାବକ ତାଙ୍କର ଦୁଇ ବଳଦଙ୍କୁ କିଛି କୁକୁର କାମୁଡ଼ି କ୍ଷତାକ୍ତ କରିଛନ୍ତି । ଏହାର କ୍ଷତିପୂରଣ କୁକୁରର ମାଲିକ ନଚେତ ସରକାର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Sep 30, 2019, 3:18 PM IST

ସିମଲା: ଅପରାଧ ଦମନ ଆଉ ଅପରାଧୀଙ୍କୁ ସୁଧାରିବା ଲକ୍ଷରେ ଥାନାରେ ରୁଜୁ ହୋଇଥାଏ ମାମଲା । କୌଣସି ଅପରାଧର ସମାଧାନ ପାଇଁ ମଧ୍ୟ ରୁଜୁ ହୋଇଥାଏ ମାମଲା । କିନ୍ତୁ ହିମାଚଳ ପ୍ରଦେଶରେ କୁକୁରଙ୍କ ନାମରେ ହୋଇଛି ମାମଲା । ଆଉ ଏହି ମାମଲା ରୁଜୁ କରିଛନ୍ତି ଦୁଇଟି ବଳଦର ମାଲିକ ।

ମିଳିଥିବା ସୂଚନା ମୁତାବକ ରାଜ୍ୟର ହମିରପୁର ଜିଲ୍ଲାରେ କୁକୁରଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଫଳରେ ଏହି କ୍ରମରେ କିଛି ବୁଲା କୁକୁର ରାସ୍ତାରେ ଯାଉଥିବା ଦୁଇଟି ବଳଦଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲେ । ଏପରିକି ଉକ୍ତ ବଳଦଙ୍କୁ କାମୁଡ଼ି ଲହୁଲୁହାଣ କରି ପକାଇଥିଲେ । ଏହା ଦେଖି ବଳଦ ଦୁଇଟିର ମାଲିକ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ଏବଂ ଥାନାରେ ମାମଲା ରୁଜୁ କରିବାକୁ ଯାଇଥିଲେ ।

ବଳଦ ମାଲିକ ଥାନାରେ କୁକୁର ଏବଂ କୁକୁର ମାଲିକଙ୍କ ନାମରେ ମାମଲା ରୁଜୁ କରିଥିଲେ । ସେ କହିଥିଲେ ମୋ ବଳଦର କ୍ଷତି ବାବଦରେ କୁକୁର ମାଲିକ କ୍ଷତିପୁରଣ ଭରଣା କରନ୍ତୁ । ଯଦି କୁକୁରର ମାଲିକ ନାହାଁନ୍ତି, ତେବେ ସରକାର ତାହା କରନ୍ତୁ । କିନ୍ତୁ ବନ୍ୟଜନ୍ତୁ ନିୟମ ଅନୁଯାୟୀ ଏହାର ତଦନ୍ତ କରାଯାଉ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ରାଜ୍ୟରେ 5ଟି ବନଖଣ୍ଡ ରେଞ୍ଜ ରହିଛି । ଯେଉଁଥିରେ ନୀଳଗାଈ, ଠେକୁଆ ଭଳି ଜନ୍ତୁ ରହିଛନ୍ତି । ଏମାନଙ୍କୁ ଶୀକାର କରିବା ପାଇଁ ଶୀକାରି ରାତାରାତି ବୁଲୁଥିବା ଅଭିଯୋଗ କରିଛନ୍ତି ବନଖଣ୍ଡ ଅଧିକାରୀ ଜଗତ ରାମ । ସେ କହିଛନ୍ତି ଯଦି କୌଣସି ଶୀକାରି, ଶୀକାର କରୁଥିବା ସମୟରେ ଧରାପଡ଼ିଲେ ବନ୍ୟଜନ୍ତୁ ଆଇନ ଅନୁଯାୟୀ ଦଣ୍ଡିତ ହେବେ।

ABOUT THE AUTHOR

...view details