ଓଡିଶା

odisha

ETV Bharat / bharat

ମାୟା-ଅଖିଳେଶଙ୍କ ଅଖ ତଳେ ଚାପିହୋଇଗଲେ ରାହୁଲ ! - this-mistake

ମେଣ୍ଟ ହେଲା କିନ୍ତୁ ଭୋଟ ମିଳିଲାନି। କଂଗ୍ରସର ଗଡ଼ ଆମେଥିରେ ରାହୁଲଙ୍କ ବିପର୍ଯ୍ୟୟର କାରଣ ଖୋଜିଛି ଦଳ। ବସପାର ଭୋଟ ନପାଇ ରାହୁଲ ହାରିଥିବା କହିଛନ୍ତି ଦଳୀୟ ନେତା।

ଡିଜାଇନ ଫଟୋ

By

Published : Jun 1, 2019, 6:16 PM IST

ଲକ୍ଷ୍ନୌ: ସରିଯାଇଛି ନିର୍ବାଚନ। ଆସିଯାଇଛି ଫଳାଫଳ । ବିପୁଳ ବିଜୟ ସହ 353 ଆସନ ଅକ୍ତିଆର କରି ଇତିହାସ ରଚିଛି ଏନଡିଏ ମେଣ୍ଟ । ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି। କିନ୍ତୁ ଏହାରି ଭିତରେ କଂଗ୍ରେସର ପାରିବାରିକ ଆସନ କୁହାଯାଉଥିବା ଆମେଥିରେ ସ୍ମୃତି ଇରାନି ଯେପରି ବିଜେପିର ବିଜୟ ଧ୍ବଜା ଉଡାଇଲେ ତାହାକୁ ନେଇ ଚର୍ଚ୍ଚା ଥମୁ ନଥିବାବେଳେ କଂଗ୍ରେସ କରୁଛି ପୋଷ୍ଟମର୍ଟମ।

2004 ମସିହାରୁ ଉକ୍ତ କ୍ଷେତ୍ରରୁ ସାଂସଦ ହୋଇଆସୁଥିବା ରାହୁଲ ଗାନ୍ଧୀ 2019ରେ ହଠାତ୍ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ନେଇ ବସପା-ସପାକୁ ଦୋଷ ଦେଇଛନ୍ତି ଦଳର ଦୁଇ ନେତା । ଉତ୍ତର ପ୍ରଦେଶରେ ମାୟାବତୀ ଓ ଅଖିଳେଶ ଯାଦବଙ୍କ ସହ ମେଣ୍ଟ କରିଥିଲା କଂଗ୍ରେସ । ଚଳିତ ନିର୍ବାଚନରେ ଦୁଇ ଦଳ ଏଠାରେ ପ୍ରାର୍ଥୀ ନଦେଇ ରାହୁଲଙ୍କୁ କରିଥିଲେ ସମର୍ଥନ। କିନ୍ତୁ ଉଭୟ ସପା ଆଉ ବସପାର ଭୋଟ ରାହୁଲଙ୍କ ବିପକ୍ଷରେ ଯାଇଥିବା ଅଭିଯୋଗ ଆଣିଛନ୍ତି ସୋନିଆ ଗାନ୍ଧୀଙ୍କ ପ୍ରତିନିଧି କୋଏଲ ଶର୍ମା ଏବଂ ଦଳର ଜାତୀୟ ସଚିବ ଜୁବେର ଖାନ ।

2014 ମସିହାରେ ରାହୁଲଙ୍କୁ 4,08,651 ଖଣ୍ଡ ଭୋଟ ମିଳିଥିବା ବେଳେ 2019ରେ ମିଳିଛି 4,13,994 ଖଣ୍ଡ ଭୋଟ । ପାଞ୍ଚ ହଜାର ଭୋଟ ଅଧିକ ମିଳିଛି କିନ୍ତୁ ପୂର୍ବ ନିର୍ବାଚନରେ ବସପା ପ୍ରାର୍ଥୀଙ୍କୁ ମିଳିଥିବା 57 ହଜାର ଭୋଟ କଂଗ୍ରେସ ହାତକୁ ଆସିନାହିଁ । ଫଳରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ 55 ହଜାର ବ୍ୟବଧାନରେ ରାହୁଲ ବିପୁଳ ବିପର୍ଯ୍ୟୟ ସହକାରେ ହାରିଥିବା କହିଛନ୍ତି ଦୁଇ ନେତା।

ABOUT THE AUTHOR

...view details