ଓଡିଶା

odisha

By

Published : May 25, 2019, 8:42 PM IST

ETV Bharat / bharat

ମୋଦି ଜିତିଲେ, କାନାଡା ରାସ୍ତାରେ ଉଡିଲା ଡଲାର !

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ଏହା ଦାବି କରାଯାଉଛି ଯେ, ସେୟାର ବଜାରରେ ଲାଭ କାରଣରୁ ଜଣେ ବ୍ୟବସାୟୀ ଏତେ ମାତ୍ରାରେ ଲାଭବାନ ହୋଇଛନ୍ତି ଯେ, ସେ କାନାଡାର ଏକ ସଡକରେ ଡଲାର ଉଡାଉଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପରେ ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଜଣେ ବ୍ୟକ୍ତି କିଛି ଟଙ୍କା ରାସ୍ତାରେ ଫିଙ୍ଗୁଥିବାର ଦେଖିବାକୁ ମିଳିଛି । ଲୋକଙ୍କ କହିବା ଅନୁସାରେ, ସେୟାର ବଜାରରେ ଲାଭବାନ ହୋଇ ଗୁଜରାଟର ଜଣେ ବ୍ୟବସାୟୀ କାନାଡା ରାସ୍ତାରେ ଡଲାର ଉଡାଇଥିଲେ । ଏହି ଭିଡିଓରେ କିଛି ଲୋକ ସେହି ଡଲାରକୁ ଗୋଟାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଅନେକଙ୍କ କହିବା ଅନୁସାରେ ଏହା ଏକ ଫେକ୍‌ ଭିଡିଓ । ଯାହା ନିର୍ବାଚନ ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ମହଜୁଦ୍ ରହିଥିଲା ।

ABOUT THE AUTHOR

...view details