ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ 43 ଡାକ୍ତରଙ୍କ ସାମୁହିକ ଇସ୍ତଫା - bengal

କୋଲକାତାର ଏନଆରଏସ ମେଡିକାଲ କଲେଜରେ 2 ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣ ହେବା ପରେ ରାଜ୍ୟର ଅନେକ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଘଟଣାର ବିରୋଧ କରି  ପଶ୍ଚିମବଙ୍ଗର 43 ଡାକ୍ତର ଆଜି ସାମୁହିକ ଇସ୍ତଫା ଦେଇଛନ୍ତି ।

ଫାଇଲ ଫଟୋ

By

Published : Jun 14, 2019, 7:23 PM IST

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ପରେ ଏବେ ଉପୁଜିଛି ଡାକ୍ତରୀ ସମସ୍ୟା । କୋଲକାତାର ଏନଆରଏସ ମେଡିକାଲ କଲେଜରେ 2 ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣ ହେବା ପରେ ରାଜ୍ୟର ଅନେକ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଡାକ୍ତରଙ୍କ ବିରୋଧରେ ହିଁ ମନ୍ତବ୍ୟ ଦେଇଥିଲେ । ତେବେ ଏହି ଘଟଣାର ବିରୋଧ କରି ପଶ୍ଚିମବଙ୍ଗର 43 ଡାକ୍ତର ଆଜି ସାମୁହିକ ଇସ୍ତଫା ଦେଇଛନ୍ତି ।

ସେମାନଙ୍କ ମଧ୍ୟରୁ ଦାର୍ଜିଲିଂ ସ୍ଥିତ ନର୍ଥ ବେଙ୍ଗଲ ମେଡିକାଲ କଲେଜ ଏବଂ ହସ୍ପିଟାଲର 27 ଜଣ ଡାକ୍ତର ଥିବା ବେଳେ କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ୧୬ ଜଣ ଡାକ୍ତର ସାମିଲ ଅଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କାର୍ଯ୍ୟ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ ବୋଲି ସେମାନେ ନିଜ ଇସ୍ତଫାରେ ଦର୍ଶାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ପଶ୍ଚିମବଙ୍ଗର ଏନଆରଏସ ହସ୍ପିଟାଲରେ ଚିକିତ୍ସାରେ ଅସନ୍ତୋଷ ପ୍ରକାଶ କରି କିଛି ରୋଗୀ ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ପରଠାରୁ ରାଜ୍ୟର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନଙ୍କ ସମର୍ଥନରେ ଦେଶର ଅନେକ ବଡ ବଡ ଡାକ୍ତର ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଏହି ଆନ୍ଦୋଳନ ଫଳରେ ମୁମ୍ବାଇ, କୋଲକାତା, ନାଗପୁର, ପାଟନା ଏବଂ ହାଇଦ୍ରାବାଦ ସମେତ ଅନେକ ସହରରେ ରୋଗୀଙ୍କ ଚିକିତ୍ସାରେ ବାଧାସୃଷ୍ଟି ହୋଇଛି ।

For All Latest Updates

ABOUT THE AUTHOR

...view details