ଓଡିଶା

odisha

ETV Bharat / bharat

ମମତାଙ୍କ ସହ ଆଲୋଚନା ପାଇଁ ଡାକ୍ତରମାନେ ପ୍ରସ୍ତୁତ

ଶନିବାର ବିଳମ୍ବିତ ରାତିରେ କନିଷ୍ଠ ଡାକ୍ତରଙ୍କ ସଂଯୁକ୍ତ ଫୋରମ ସାମ୍ବାଦିକ ସମ୍ମିଳନୀ ଡାକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପାଇଁ ରାଜି ଥିବା କହିଛନ୍ତି ।

By

Published : Jun 16, 2019, 12:57 PM IST

ଫଟୋ ସୌଜନ୍ୟ: ଏଏନଆଇ

କୋଲକାତା: ପଶ୍ଚିମବଙ୍ଗରେ ଡାକ୍ତରମାନଙ୍କ ଜାରି ଆନ୍ଦୋଳନ ଏବେ ଥମିବାର ସମ୍ଭାବନା ରହିଛି । ଡାକ୍ତରମାନେ ପ୍ରଦର୍ଶନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

ପୂର୍ବରୁ ଡାକ୍ତରମାନେ ରାଜ୍ୟ ସଚିବାଳାୟରେ ମମତାଙ୍କ ସହ ବୈଠକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଆଲୋଚନା ପାଇଁ ମମମତାଙ୍କୁ ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସିବାକୁ କହିଥିଲେ । ପରେ ଶନିବାର ବିଳମ୍ବିତ ରାତିରେ କନିଷ୍ଠ ଡାକ୍ତରଙ୍କ ସଂଯୁକ୍ତ ଫୋରମ ସାମ୍ବାଦିକ ସମ୍ମିଳନୀ ଡାକି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ରାଜି ଥିବା କହିଛନ୍ତି ।

ଡାକ୍ତରମାନେ ସବୁବେଳେ ଆଲେଚନା ପାଇଁ ପ୍ରସ୍ତୁତ ଥିବା ବେଳେ ଯଦି ମୁଖ୍ୟମନ୍ତ୍ରୀ ଗୋଟିଏ ହାତ ବଢାଇବେ ତେବେ ଆମେ 10 ହାତ ବଢାଇବୁ ବୋଲି ଫୋରମର ପ୍ରବକ୍ତା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପାଇଁ ପ୍ରସ୍ତାବିତ ସ୍ଥାନକୁ ନେଇ ସଙ୍ଗଠନର ନିଷ୍ପତ୍ତିକୁ ଅପେକ୍ଷା କରିଥିବା ପ୍ରଦର୍ଶନକାରୀ ଡାକ୍ତରମାନେ କହିଛନ୍ତି ।

ABOUT THE AUTHOR

...view details