ଓଡିଶା

odisha

ETV Bharat / bharat

ପୁଣି ଜଣେ ଡାକ୍ତର କୋରୋନା ଆକ୍ରାନ୍ତ

ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜର ଇଣ୍ଟେନସିଭ କେୟାର ୟୁନିଟିରେ ଆନାଏଥେଥିଷ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତରଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।

_corona
ପୁଣି ଜଣେ ଡାକ୍ତର କୋରୋନା ଆକ୍ରାନ୍ତ

By

Published : Apr 16, 2020, 10:48 AM IST

ନୂଆଦିଲ୍ଲୀ: ଡାକ୍ତର ହେଲେ କୋରୋନା ଆକ୍ରାନ୍ତ । ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜର ଇଣ୍ଟେନସିଭ କେୟାର ୟୁନିଟିରେ ଆନାଏଥେଥିଷ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତରଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।

ତେବେ ଏହା ପୂର୍ବରୁ ଦେଶର ବିଭିନ୍ନ ମେଡିକାଲରୁ ଡାକ୍ତର, ନର୍ସଙ୍କ ସମେତ ଅନ୍ୟ ମେଡିକାଲ କର୍ମଚାରୀଙ୍କ କୋରୋନା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବରେ କୋକୁଆ ଭୟ ସୃଷ୍ଟି କରିଥିବା କୋରୋନା ଭାଇରସ ବିଶ୍ବର 120ଟି ଦେଶ ସମେତ ଭାରତରେ ମଧ୍ୟ କାୟା ବିସ୍ତାର କରିଛି ।ତେବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1561 ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ 30 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି ।

ABOUT THE AUTHOR

...view details