ଓଡିଶା

odisha

ETV Bharat / bharat

କୃଷ୍ଣା ନଦୀକୁ ଡେଇଁପଡିଲେ ଡାକ୍ତର, ସର୍ଚ୍ଚ ଅପରେସନ ଜାରି

ପ୍ରାକସାମ ବ୍ୟାରେଜରୁ ଜଣେ ଡାକ୍ତର କୃଷ୍ଣା ନଦୀକୁ ଡେଇଁପଡିଥିବା ଜଣାପଡିଛି । ସର୍ଚ୍ଚ ଅପରେସନ ଜାରି ରହିଛି । ଅଧିକ ପଢନ୍ତୁ...

By

Published : Aug 24, 2020, 4:00 PM IST

କୃଷ୍ଣା ନଦୀକୁ ଡେଇଁପଡିଲେ ଡାକ୍ତର, ସର୍ଚ୍ଚ ଅପରେସନ ଜାରି
କୃଷ୍ଣା ନଦୀକୁ ଡେଇଁପଡିଲେ ଡାକ୍ତର, ସର୍ଚ୍ଚ ଅପରେସନ ଜାରି

ଅମରାବତୀ: ବିଜୟୱାଡାର ପ୍ରାକସାମ ବ୍ୟାରେଜରୁ ଜଣେ ଡାକ୍ତର କୃଷ୍ଣା ନଦୀକୁ ଡେଇଁପଡିଥିବା ଜଣାପଡିଛି । ଏଯାଏଁ ଡାକ୍ତରଙ୍କ କୌଣସି ଖୋଜ ଖବର ମିଳିପାରି ନଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।

ନଦୀକୁ ଡେଇଁପଡିଥିବା ଡାକ୍ତର ଜଣଙ୍କ ଗୁଣ୍ଟୁର ଆଦେପଲ୍ଲୀ ଶ୍ରୀନିବାସ ବୋଲି ଜଣାପଡିଥିବା ବେଳେ ସେ GGH ରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ ।

ଡାକ୍ତର ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜର ଆଇଡି କାର୍ଡ ଏବଂ ଫୋନକୁ ବ୍ୟାରେଜ ରାସ୍ତାରେ ଛାଡିଯାଇଛନ୍ତି ବୋଲି ଏସଆଇ ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି । ତେବେ ଏହି ରାସ୍ତା ଦେଇ ଯାଉଥିବା ଲେକେ ଡାକ୍ତରଙ୍କୁ ଡେଇଁପଡିଥିବାର ଦେଖି ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ସର୍ଚ୍ଚ ଅପରେସନ ଜାରି ରଖିଛି ।

ABOUT THE AUTHOR

...view details