ଓଡିଶା

odisha

ETV Bharat / bharat

‘ମାଇଁ ନେମ ଇଜ ଖାନ୍‌’ରୁ ‘ହାୱଡି ମୋଦି’, ଜାଣନ୍ତୁ କ’ଣ ? - ହାୱଡି ଏକ ଇଂରାଜୀ ଶଦ୍ଧ

ହାୱଡି ଏକ ଇଂରାଜୀ ଶବ୍ଦ । ଏହାର ଅର୍ଥ 'ହାଓ ଡୁ ୟୁ ଡୁ' । ଆର୍ଥାତ ଆପଣ କିପରି ଅଛନ୍ତିର ସର୍ଟ ଫର୍ମ । ମୁଖ୍ୟତଃ ଦକ୍ଷିଣ ଆମେରିକାରେ ଲୋକେ ପରସ୍ପରକୁ ସମ୍ବୋଧନ କରିବା ଲାଗି ଏପରି ଶବ୍ଦର ବ୍ୟବହାର କରନ୍ତି ।

ଡିଜାଇନ ଫଟୋ

By

Published : Sep 18, 2019, 12:04 AM IST

Updated : Sep 18, 2019, 3:00 AM IST

ନୂଆଦିଲ୍ଲୀ: HOWDY MODI (ହାୱଡି ମୋଦି) ଗତ ସୋମବାରଠାରୁ ଏହି ଶବ୍ଦ ସୋସିଆଲ ମିଡିଆରେ ଛାଇଯାଇଛି । ଯାହାକୁ ନେଇ ଚାଲିଛି ଚର୍ଚ୍ଚା ଓ ଆଲୋଚନା। ତେବେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯିବେ । ଏହାସହ ସେଠାରେ ଟେକ୍ସାସର ହ୍ୟୁଷ୍ଟନରେ ଆୟୋଜିତ ଏକ ମେଗା ଇଭେଣ୍ଟ କାର୍ଯ୍ୟକ୍ରମରେ ଯୋଗେଦେବେ।

ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଜାଣନ୍ତୁ ହାୱଡି ମୋଦିର ଅର୍ଥ

ମୋଦି 2.0 ରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ। କାର୍ଯ୍ୟକ୍ରମରେ ମୋଦି ଜାତିସଂଘ ସାଧାରଣ ଅଧିବେଶନକୁ ସମ୍ବୋଧିତ କରିବେ। ଏହି ବୈଠକରେ ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେବେ ଯାହାର ନାମକରଣ କରାଯାଇଛି ହାଓଡି ମୋଦି ଇଭେଣ୍ଟ । ଯେଉଁଥିରେ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ମୋଦିଙ୍କ ଭାଷଣ ଶୁଣିବାକୁ ସମାଗତ ହେବେ ବୋଲି କୁହାଯାଉଛି।

ଆସନ୍ତୁ ଜାଣିବା କ’ଣ ଏହି HOWDY MODI ?

2010 ମସିହାରେ କରନ ଜୋହରଙ୍କ ଫିଲ୍ମ ''ମାଇଁ ନେମ ଇଜ୍ ଖାନ'' ରୁ ହାୱଡି ଶବ୍ଦଟି ଆସିଛି । ଯେଉଁଠି ଜଣେ ସାଧାରଣ ଜୀବନ ଯାପନ କରୁଥିବା ଲୋକ ଆମେରିକା ପଢିବାକୁ କୌଣସି ସ୍ବପ୍ନଠୁ କମ ଭାବନ୍ତି ନାହିଁ । ଏହାସହ ଶେଷରେ ଶାହରୁଖ ଖାନ ଆମେରିକା ଯିବାସହ ହୋମଲ୍ୟାଣ୍ଡ ସିକ୍ୟୁରିଟି ଅଫିସର ଜନ ମାର୍ସାଲଙ୍କ ବାର୍ତ୍ତା ନେଇ ଆମେରିକା ରାଷ୍ଟ୍ରପତିଙ୍କୁ ଦେବା ସହ ପଚାରିଥିଲେ ହାୱଡି। କହିବାକୁ ଗଲେ ଏହା ଏକ ଇଂରାଜୀ ଶବ୍ଦ । 'ହାଓ ଡୁ ୟୁ ଡୁ' । ଅର୍ଥାତ ଆପଣ କିପରି ଅଛନ୍ତିର ସର୍ଟ ଫର୍ମ। ମୁଖ୍ୟତଃ ଦକ୍ଷିଣ ଆମେରିକାରେ ଲୋକେ ପରସ୍ପରକୁ ସମ୍ବୋଧନ କରିବା ଲାଗି ଏପରି ଶବ୍ଦର ବ୍ୟବହାର କରନ୍ତି। ତେଣୁ ମୋଦିଙ୍କ ଯିବା ପୂର୍ବରୁ ତାଙ୍କୁ ସ୍ବାଗତ ଓ ସମ୍ବୋଧନ ଜଣାଇବାକୁ ଲୋକେ ଏହି ଶବ୍ଦର ବହୁଳ ପ୍ରୟୋଗ କରୁଛନ୍ତି।

ମୋଦିଙ୍କ ଏହି କାର୍ଯ୍ୟକ୍ରମ ଆମେରିକା ଓ ଭାରତର ସମ୍ପର୍କକୁ ସୁଦୃଢ କରିବ ବୋଲି କୁହାଯାଉଛି। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ, ସଂସ୍କୃତି ଓ ବ୍ୟବସାୟ ନେଇ ବିଭିନ୍ନ ପ୍ରକାରର ଦ୍ବିପାକ୍ଷିକ ଆଲୋଚନା କରାଯିବ।

ଖବର ଅନୁଯାୟୀ, ଆମେରିକାରେ ମୋଦିଙ୍କ ଏହା ତୃତୀୟ ବୃହତ୍ତ କାର୍ଯ୍ୟକ୍ରମ। ଏହା ପୂର୍ବରୁ 2014 ମସିହା ସେପ୍ଟେମ୍ବର 29ରେ ମେଡିସନ ସ୍କୋୟାର ଓ 2015, ସେପ୍ଟେମ୍ବରରେ 27ରେ ସିଲିକନ ଭ୍ୟାଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Last Updated : Sep 18, 2019, 3:00 AM IST

ABOUT THE AUTHOR

...view details