ଓଡିଶା

odisha

ETV Bharat / bharat

ଚର୍ଚ୍ଚାରେ ଅତିଥି ଶିକ୍ଷକ ‘ଭଗବାନ’ - ଭୋପାଳ

ଆପଣ ଅନେକ ଶିକ୍ଷକଙ୍କୁ ଦେଖିଥିବେ । ଯେଉଁ ମାନେ ନିଜର କାର୍ଯ୍ୟଦକ୍ଷତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ହେଲେ ଆମେ ଆପଣଙ୍କୁ ଯେଉଁ ଶିକ୍ଷକଙ୍କ କଥା କହୁଛୁ ତାଙ୍କର ହାତଗୋଡ 80 ଭାଗ ନାହିଁ । କିନ୍ତୁ ସେ ପେଶାରେ ଜଣେ ଅତିଥି ଶିକ୍ଷକ ।

ପିଲାଙ୍କୁ ପାଠ ପଢାଇ ବେଶ ଖୁସିଥିବା କହନ୍ତି ଭଗବାନ

By

Published : Jul 18, 2019, 7:39 PM IST

Updated : Jul 18, 2019, 8:19 PM IST

ଭୋପାଳ: ମଧ୍ୟପ୍ରଦେଶ ଜବାଲପୁର ଜିଲ୍ଲା ସହଜପୁରୀ ଗାଁର ଭଗବାନ ଦିନ । ସେ ଜଣେ ଦିବ୍ୟାଙ୍ଗ । ତାଙ୍କର 80 ପ୍ରତିଶତ ଗୋଡ ଓ ହାତ ନାହିଁ । ଦିବ୍ୟାଙ୍ଗ ହେଲେ ମଧ୍ୟ ମନୋବଳକୁ ଦୃଢ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଦିର୍ଘ 4 ବର୍ଷ ଧରି ଗାଁ ବିଦ୍ୟାଳୟରେ ଅତିଥି ଶିକ୍ଷକ ଭାବରେ ପିଲା ମାନଙ୍କୁ ସେ ପାଠ ପଢାଉଛନ୍ତି । ଶିକ୍ଷକତା ସହିତ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ବେଳେବେଳେ ହାଲୁକା କାମ ଓ ଗାଡି ପମ୍ପଚର ମାରନ୍ତି ।

ପିଲାଙ୍କୁ ପାଠ ପଢାଇ ବେଶ ଖୁସିଥିବା କହନ୍ତି ଭଗବାନ

ଭଗବାନଙ୍କର ମୂଳଲକ୍ଷ୍ୟ କୁନିକୁନି ପିଲାଙ୍କୁ ଶିକ୍ଷାଦାନ କରିବା । ଖାଲି ଶିକ୍ଷକତା କାହିଁକି ସମସ୍ତ କାର୍ଯ୍ୟ କରିବାରେ ସେ ବେଶ ଧୁରନ୍ଧର । ପ୍ରତ୍ୟେକ ଦିନ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ସଠିକ୍ ସମୟରେ ସେ ବିଦ୍ୟାଳୟରେ ପହଞ୍ଚି ଯାଆନ୍ତି ।

ସବୁଠାରୁ ବଡ କଥା ହେଉଛି ସେ ଦିବ୍ୟାଙ୍ଗ ହେଲେ ମଧ୍ୟ ନିଜେ କଳା ପଟାରେ ପାଠ ଲେଖି ପିଲାମାନଙ୍କୁ ଅତି ସୁନ୍ଦର ଭାବରେ ବୁଝାଇଥାନ୍ତି ।

ମଧ୍ୟପ୍ରଦେଶ ଡିଣ୍ଡୋରୀରୁ ଦିପକ ତାମ୍ରକାର, ଇଟିଭି ଭାରତ

Last Updated : Jul 18, 2019, 8:19 PM IST

ABOUT THE AUTHOR

...view details