ଓଡିଶା

odisha

ETV Bharat / bharat

ଆଗେଇ ଚାଲିଛି ଅଯୋଦ୍ଧା ରାମମନ୍ଦିର ନିର୍ମାଣ, 2022 ସୁଦ୍ଧା ହେବ ସମାପ୍ତ - ରାମ ମନ୍ଦିର ନିର୍ମାଣ

ରାମ ମନ୍ଦିର ନିର୍ମାଣର ଏକ ବିସ୍ତୃତ ରିପୋର୍ଟ ଖୁବ ଶୀଘ୍ର ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ନିକଟରେ ଦାଖଲ କରାଯିବ। ଅଧିକ ପଢନ୍ତୁ....

ଆଗେଇ ଚାଲିଛି ଅଯୋଦ୍ଧା ରାମମନ୍ଦିର ନିର୍ମାଣ, 2022 ସୁଦ୍ଧା ହେବ ସମାପ୍ତ
ଆଗେଇ ଚାଲିଛି ଅଯୋଦ୍ଧା ରାମମନ୍ଦିର ନିର୍ମାଣ, 2022 ସୁଦ୍ଧା ହେବ ସମାପ୍ତ

By

Published : Jun 3, 2020, 3:05 PM IST

ଲକ୍ଷ୍ନୌ: ଲକଡାଉନ କୋହଳ ହେବା ସହିତ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମେ 11 ରେ ରାମଲାଲାଙ୍କ ଗର୍ଭଗୃହ ପରିସରର ସମତଳ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇତିଲା । ମନ୍ଦିରର ମୂଳଦୁଆ ପକାଇବା ପାଇଁ ରୂପରେଖ ନିଷ୍ପତ୍ତି ନିଆଯାଉଛି ।

ଅନ୍ୟପକ୍ଷରେ ଶ୍ରୀ ରାମ ଜନ୍ମଭୂମୀ ନ୍ୟାସର ବରିଷ୍ଠ ସଦସ୍ୟ ମହନ୍ତ କମଲନୟନ ଦାସ ମଙ୍ଗଳବାର କହିଛନ୍ତି ଯେ, 2022 ସୁଦ୍ଧା ଭବ୍ୟ ରାମ ମନ୍ଦିର ପ୍ରସ୍ତୁତ ହୋଇଯିବ । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମ ମନ୍ଦିରର ଆଧାରଶୀଳା ରଖିବାକୁ ଅନୁରୋଧ କରାଯିବ ।

ଦାସ ଆହୁରି କହିଛନ୍ତି ଯେ, ରାମଲାଲାଙ୍କୁ ତାଙ୍କ ଦିବ୍ୟ ଭବନରେ ସ୍ଥାପନ କରିବା ପାଇଁ ଆମେ ଅଧିକ ସମୟ ନେବାକୁ ଚାହୁଁନାହୁଁ । ବର୍ତ୍ତମାନ ସରକାର ଅନୁମତି ଦେଉଥିବାରୁ ମନ୍ଦିର ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉଛି । ରାମ ମନ୍ଦିର ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଯେଉଁଥିପାଇଁ ଗାତ ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଛି ।

ରାମ ମନ୍ଦିର ନିର୍ମାଣର ଏକ ବିସ୍ତୃତ ରିପୋର୍ଟ ଖୁବ ଶୀଘ୍ର ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ନିକଟରେ ଦାଖଲ କରାଯିବ। ଆମର ଯୋଜନା ହେଉଛି 2022ରେ ରାମନବମୀ ଦିନ ରାମଲାଲାଙ୍କ ଆରତୀଙ୍କୁ ତାଙ୍କ ଭବ୍ୟ ତଥା ମହାନ ମନ୍ଦିରରେ ରଖିବା ।

ସେହି ପଥର ଏବଂ ଶୀଳାରେ ରାମ ମନ୍ଦିର ନିର୍ମାଣ ହେବ । ପ୍ରଥମେ ଆମେ ମନ୍ଦିର ନିର୍ମାଣ କରିବୁ, ଏହା ପରେ ଏହାକୁ ଏପରି ଭାବରେ ସଜାଯିବ ଯେ ଏହା ଜଗତର ଅଲୌକିକ ରାମ ମନ୍ଦିର ହେବ।

ଅନ୍ୟପକ୍ଷରେ, ରାମଜନ୍ମଭୂମୀ ନ୍ୟାସର ବରିଷ୍ଠ ସଦସ୍ୟ ଡାକ୍ତର ରାମ ବିଲାସ ଦାସ ବେଦାନ୍ତୀ ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଭେଟି ଅଯୋଧ୍ୟାରେ ବିଶ୍ୱର ସର୍ବୋଚ୍ଚ ରାମ ମନ୍ଦିର ନିର୍ମାଣ କରିବାକୁ ଦାବି କରିଥିଲେ ।

ABOUT THE AUTHOR

...view details