ଓଡିଶା

odisha

By

Published : Sep 28, 2020, 8:31 PM IST

ETV Bharat / bharat

ITBP ମୁଖ୍ୟ ଏସଏସ ଦେଶୱାଲଙ୍କୁ ମିଳିଲା NSG ଡିଜି ଅତିରିକ୍ତ ଦାୟିତ୍ବ

ଆଇଟିବିପି ଡିଜି ଏସଏସ ଦେଶୱାଲଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ(ଏନଏସଜି)ର ଅତିରିକ୍ତ ଦାୟିତ୍ବ । ବର୍ତ୍ତମାନ ଏ.କେ ସିଂହ ଏନଏସଜିର ନିର୍ଦେଶକ ଅଛନ୍ତି । ଅଧିକ ପଢନ୍ତୁ...

ITBP ମୁଖ୍ୟ ଏସଏସ ଦେଶୱାଲଙ୍କୁ ମିଳିଲା NSG ଡିଜି ଅତିରିକ୍ତ ଦାୟିତ୍ବ
ITBP ମୁଖ୍ୟ ଏସଏସ ଦେଶୱାଲଙ୍କୁ ମିଳିଲା NSG ଡିଜି ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ: ଆଇଟିବିପି ଡିଜି ଏସଏସ ଦେଶୱାଲଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ(ଏନଏସଜି)ର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ବର୍ତ୍ତମାନ ଏ.କେ ସିଂହ ଏନଏସଜିର ମୁଖ୍ୟ ଥିବା ବେଳେ ସେ ସେପ୍ଟେମ୍ବର 30ରେ ନିଜ ପଦରୁ ଅବସର ଗ୍ରହଣ କରିବେ ।

1985 ବ୍ୟାଚ୍‌ ଗୁଜୁରାଟ କ୍ୟାଡର ଆଇପିଏସ ଅଧିକାରୀ ଅନୁପ କୁମାର ସିଂହ ଗତ ବର୍ଷ ଅକ୍ଟୋବରରେ ଏନଏସଜି ଡିଜି ଭାବରେ ନିଯୁକ୍ତ ହୋଇଥିଲେ । ଏନଏସଜିର ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ ପର୍ଯ୍ୟନ୍ତ ଦେଶୱାଲ ଏହି ପଦରେ ଦାୟିତ୍ବ ତୁଲାଇବେ ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦେଶ ଜାରି କରିଛି ।

1984 ବ୍ୟାଚ୍‌ର ଆଇପିଏସ ଅଧିକାରୀ ଦେଶୱାଲ ଦ୍ବିତୀୟ ଥର ପାଇଁ ଏନଏସଜିର ଅତିରିକ୍ତ ଦାୟିତ୍ବ ତୁଲାଇବେ । ଏହା ପୂର୍ବରୁ ସେ ଗତ ବର୍ଷ ଜୁଲାଇରେ ଏନଏସଜି ଡିଜି ସୁଦୀପ ଲଖତାକିଆଙ୍କ ଅବସର ପରେ ଏହି ପଦରେ ଦାୟିତ୍ବ ତୁଲାଇଥିଲେ ।

ABOUT THE AUTHOR

...view details