ଭୋପାଲ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ପର୍ଯ୍ୟାୟରେ ହଟ୍ ସିଟ ପାଲଟିଥିବା ଭୋପାଲରେ ଆରମ୍ଭ ହୋଇଯାଇଛି ନିର୍ବାଚନ ଦଙ୍ଗଲ । ଏହି ମୈଦାନରେ ଲଢିବାକୁ ଯାଉଛନ୍ତି କଂଗ୍ରେସର ଚାଣକ୍ୟ ତଥା ଭୋପାଲର ଲୋକସଭା ପ୍ରାର୍ଥୀ ଦିଗ୍ବିଜୟ ସିଂହ । ତେବେ ଏନେଇ ସେ ବୁଧବାର ଭୋପାଲରେ ଏକ ରୋଡ ଶୋ' କରିଥିଲେ । କିନ୍ତୁ ଏହି ରୋଡ ଶୋ'କୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି ।
ଦିଗ୍ବିଜୟଙ୍କ ରୋଡ ଶୋ'ରେ ଛାଇଗଲା ଗେରୁଆ ରଙ୍ଗ - digvijaya-singh
ଦିଗ୍ବିଜୟ ସିଂହଙ୍କ ରୋଡ୍ ଶୋ'ରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ କେତେଜଣ ପୁଲିସକର୍ମୀଙ୍କୁ ସାଦା ପୋଷାକରେ ନିୟୋଜିତ କରାଯାଇଥିଲା । ହେଲେ ସାଧା ପୋଷାକ ସହ ସେମାନେ ଗେରୁଆ ରଙ୍ଗର ସ୍କାର୍ଫ ପିନ୍ଧିଥିବା ଦେଖିବାକୁ ମିଳିଛି ।
ତାଙ୍କ ରୋଡ୍ ଶୋ'ରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ କେତେ ଜଣ ପୁଲିସ କର୍ମୀଙ୍କୁ ସାଦା ପୋଷାକରେ ନିୟୋଜିତ କରାଯାଇଥିଲା । ହେଲେ ସାଧା ପୋଷାକ ସହ ସେମାନେ ଗେରୁଆ ରଙ୍ଗର ସ୍କାର୍ଫ ପିନ୍ଧିଥିବା ଦେଖିବାକୁ ମିଳିଛି । ତେବେ ଏନେଇ କେତେକ ମହିଳା ପୋଲିସକର୍ମୀଙ୍କୁ ପଚାରିବାରୁ ସେମାନଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ମିଳିଥିବା କହିଥିଲେ ।
ସେପଟେ ଭୋପାଲ ଡିଜି ଏନେଇ ସ୍ପଷ୍ଟୀ କରଣ ଦେଇଛନ୍ତି । ରୋଡ ଶୋ'ରେ ସୁରକ୍ଷାକର୍ମୀଙ୍କୁ ସାଦା ପୋଷାକରେ ନିୟୋଜିତ କରାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ଗେରୁଆ ରଙ୍ଗର ସ୍କାର୍ଫ ପିନ୍ଧି ନଥିବା ସେ କହିଛନ୍ତି ।