ନୂଆଦିଲ୍ଲୀ: ଡିଟେଲପ୍ରୋ ନିଜର ଏକ ନୂଆ ଇନଫ୍ରାଡ୍ ଥର୍ମୋମିଟର ଡିଟି09 ପ୍ଲସ(DT09 +) ଭାରତରେ ଉପସ୍ଥାପନ କରିଛି । ଯାହା ଗତ ମାସରେ ଆରମ୍ଭ ହୋଇଥିବା ଡିଟି09ର ଅପଗ୍ରେଡ୍ ଭର୍ସନ । ଏହି ଥର୍ମୋମିଟର 2 ବର୍ଷର ୱାରେଣ୍ଟି ସହିତ ମାର୍କେଟର ପ୍ରବେଶ କରିଛି । ଏହାର ମୂଲ୍ୟ ରହିଛି 1099 ଟଙ୍କା ।
ଡିଟେଲପ୍ରୋ ଡିଟି09 ପ୍ଲସ(DT09 +)ର ଫିଚର ଗୁଡିକ ବିଷୟରେ କହିଲେ, ଏଥିରେ ଏକ କାଲିବ୍ରେସନ୍ ମୋଡ୍ ମିଳିବ ଯାହା ଏହାର ପରିବେଶ ଅନୁଯାୟୀ ତାପମାତ୍ରାକୁ ନିୟନ୍ତ୍ରଣ କରିବ । ଏଥିରେ ଏକ ତାପମାତ୍ରା ରେକର୍ଡର ମଧ୍ୟ ରହିଛି ଯେଉଁ କାରଣରୁ କମ୍ପାନୀ ଏଥିରେ ଇନବିଲ୍ଟ ମେମୋରୀ ମଧ୍ୟ ଦେଇଛି । ଏଥିରେ ତାପମାତ୍ରା ତିନୋଟି ରଙ୍ଗରେ ଦୃଶ୍ୟମାନ ହେବ । ଯାହାର ଭିନ୍ନ ଭିନ୍ନ ଅର୍ଥ ଆକଳନ କରାଯିବ ।