ନୂଆଦିଲ୍ଲୀ: ଲଗାତାର ବୃଦ୍ଧି ପାଉଛି ଡିଜେଲ ଦର। ଦୁଇ ଦିନ ଭିତରେ ରାଜଧାନୀ ଦିଲ୍ଲୀ ଏବଂ କୋଲକାତାରେ ଡିଜେଲ ଲିଟର ପିଛା 30 ପଇସା ବୃଦ୍ଧି ପାଇଛି। ସେପଟେ ପେଟ୍ରୋଲ ଦର ସ୍ଥିର ଥିବା ଜଣାପଡିଛି। ମୁମ୍ବାଇ ଏବଂ ଚେନ୍ନାଇରେ ଡିଜେଲ ଦର ବିଗତ ଦୁଇ ଦିନରେ ବୃଦ୍ଧି ପାଇ 32 ପଇସାରେ ପହଞ୍ଚିଛି।
ଡିଜେଲ ଦରରେ 30 ପଇସା ବୃଦ୍ଧି, ପେଟ୍ରୋଲ ଅପରିବର୍ତ୍ତିତ
ଲାଗାତରା ବୃଦ୍ଧି ପାଉଛି ଡିଜେଲ ଦର । ଦୁଇ ଦିନ ଭିତରେ ରାଜଧାନୀ ଦିଲ୍ଲୀ ଏବଂ କୋଲକାତାରେ ଡିଜେଲ ଲିଟର ପିଛା 30 ପଇସାକୁ ବୃଦ୍ଧି ପାଇଛି ।
30 ପଇସାକୁ ବୃଦ୍ଧି ଡିଜେଲ ଦର
ଇଣ୍ଡିଆ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ପୂର୍ବଭଳି ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 74 ଟଙ୍କା 63 ପଇସା, କୋଲକାତାରେ 77.29 ଟଙ୍କା, ମୁମ୍ବାଇରେ 80.29 ଟଙ୍କା, ଚେନ୍ନାଇରେ 77 ଟଙ୍କା 58 ପଇସା ରହିଛି। ହେଲେ 4ଟି ସହରରେ ଡିଜେଲ ଦର କ୍ରମଶଃ ଲିଟର ପିଛା 66 ଟଙ୍କା 34 ପଇସା, 68.75 ଟଙ୍କା , 69.59 ଟଙ୍କା ଏବଂ 70 ଟଙ୍କା 13 ପଇସା ରହିଛି।