ଅମରାବତୀ :କୋରୋନାକୁ ନେଇ ସବୁଠି ଭୟ ଓ ଆତଙ୍କ । ବିଶ୍ବର ସବୁଠୁ ବଡ ସମସ୍ୟା ହୋଇ ମୁଣ୍ତ ଟେକିଛି କୋରୋନା ଭାଇରସ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ ନାହିଁ । କୋରୋନା ପାଇଁ କୈଣସି ପ୍ରତିଷେଧକ ବାହାରି ନଥିବା ବେଳେ ସତର୍କତା ଓ ସଚେତନତା ଦ୍ବାରା ହିଁ ଏହାକୁ ରୋକା ଯାଇ ପାରିବ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରାକାର ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ।
କୋରୋନା ପାଇଁ କଳା ମାଧ୍ୟମରେ ସଚେତନତା
କୋରୋନା ପାଇଁ ଧୋନ ପୋଲିସ ନିଆରା ସଚେତନତା । ଜମରାଜ, ଚିତ୍ରଗୁପ୍ତ ଓ କୋରୋନା ଭାବେ 3 ବ୍ୟକ୍ତିଙ୍କୁ ନିଆରା କଳା ମାଧ୍ୟମରେ ଦେଲେ ବାର୍ତ୍ତା । ଅଧିକ ପଢନ୍ତୁ....
କୋରୋନା ପାଇଁ କଳା ମାଧ୍ୟମରେ ସଚେତନାତା
ସଚେତନତା କାର୍ଯ୍ୟକ୍ରମକୁ ଦୁଇ ପାଦ ଆଗେଇ ନେଇଛନ୍ତି ଆନ୍ଧ୍ରପ୍ରଦେଶ କୁର୍ନଲ ଜିଲ୍ଲାର ଧୋନ ପୋଲିସ । କୋରୋନା ସଚେତନତା ପାଇଁ ସ୍ଥାନୀୟ କଳାକାରଙ୍କ ଦ୍ବାରା ଜମରାଜ , ଚିତ୍ରଗୁପ୍ତ ଓ କୋରୋନା ଭାବେ 3 ବ୍ୟକ୍ତିଙ୍କୁ ସଜାଇ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରାଇଛି ପୋଲିସ । ଲକ ଡାଉନ ସମୟରେ ଲୋକଙ୍କୁ ଘରେ ରହିବାକୁ କହିବା ସହିତ ବାହାରକୁ ନ ବାହାରିବା ପାଇଁ କହିଛନ୍ତି ଥାନା ଅଧିକାରୀ ସୁଧାକର ରେଡ୍ଡୀ ।
ସୌଜନ୍ୟ @ ANI