ବେଙ୍ଗାଲୁରୁ: କର୍ଣ୍ଣାଟକ ଧରୱାଡରେ ଅର୍ଦ୍ଧ ନିର୍ମିତ କୋଠା ଭୁଶୁଡି 15 ମୃତ। ଏବେ ବି ଭଗ୍ନାବଶେଷ ଭିତରେ ଅନେକ ଫସିରହିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା।
ଧରୱାଡ ଅର୍ଦ୍ଧ ନିର୍ମିତ କୋଠା ଭୁଶୁଡି 15 ମୃତ - କର୍ଣ୍ଣାଟକ
ଧରୱାଡରେ ଅର୍ଦ୍ଧ ନିର୍ମିତ କୋଠା ଭୁଶୁଡି 15 ମୃତ। କୋଠା ମାଲିକ ଓ ଇଞ୍ଜିନିୟରଙ୍କ ନାମରେ ଥାନାରେ ଏତଲା । ଏବେ ବି ଭଗ୍ନାବଶେଷ ଭିତରେ କିଛି ଲୋକ ଫସିରହିଥିବା ସନ୍ଦେହ। ଉଦ୍ଧାର କାର୍ଯ୍ୟ ଜାରିଥିବା ସୂଚନା ।
କୋଠାର ମାଲିକଙ୍କ ନାମରେ ଏତଲା ଦିଆଯାଇଛି । କେବଳ କୋଠା ମାଲିକ ନୁହେଁ ଏହାକୁ ନିର୍ମାଣ କରୁଥିବା ଇଞ୍ଜିନିୟର ବିବେକ ପାୱାରଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି। ତେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଗୁରୁବାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ଏହି କୋଠାଟି ଧରୱାଡ ଅର୍ନ୍ତଗତ କୁମାରେଶ୍ବର ନଗର ଅଞ୍ଚଳରେ । ମାର୍ଚ୍ଚ 19 ତାରିଖରେ ଅର୍ଦ୍ଧ ନିର୍ମିତ କୋଠାଟି ଭୁଶୁଡି ପଡିଥିଲା । ଏନଡିଆରଏଫ ଏବଂ ଏୟାର ଫୋର୍ସର ଦୁଇଟି ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଦୁର୍ଘଟଣାସ୍ଥଳରୁ ବର୍ତ୍ତମାନସୁଦ୍ଧା 60ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।