ନୂଆଦିଲ୍ଲୀ: ଆମେରିକା ଦ୍ବାରା ଇରାନ ସେନାର କୁଦସ୍ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ଏହାର ପ୍ରଭାବରେ ଭାରତ ବିଶେଷ ଭାବରେ ପ୍ରଭାବିତ ହୋଇପାରେ। ଭାରତ ତୈଳ ଉପଲବ୍ଧତା ଉପରେ ବଡ ସମସ୍ୟା ସୃଷ୍ଟି ହୋଇପାରେ । ଏହାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତକୁ ଏଥିରେ କୌଣସି ପ୍ରକାରର ଚିନ୍ତା କରିବା ଆବଶ୍ୟକତା ନାହିଁ । ଆରବ ଦେଶରେ ସ୍ଥିତି ସାମାନ୍ୟ, ଭାରତ ନିଜ ଆବଶ୍ୟକତା ପୂରଣ କରିବାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବ ନାହିଁ ।
ଭାରତ ଏବେ ଦେଶରେ ତୈଳ ଉତ୍ପାଦନ ବୃଦ୍ଧି କରିବା ସହ ବୈକଳ୍ପିକ ଉର୍ଜା ସମାଧାନ ସନ୍ଧାନ ଦିଗରେ କାମ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଇରାନ-ଆମେରିକା ମଧ୍ୟରେ କଳହ ଫଳରେ ଭାରତକୁ ତୈଳ ଆମଦୀନରେ କୈାଣସି ପ୍ରକାର ଚିନ୍ତାର ଆବଶ୍ୟକତା ନାହିଁ । କୁଏତ, ୟୁଏଇ ଓ ସାଉଦି ଆରବରେ ଏବେ ଶାନ୍ତିପୂର୍ଣ୍ଣ ମାହୋଲ ରହିଛି । ଭାରତ ନିଜ ତୈଳ ଉପଲବ୍ଧତା ଏହି ଦେଶଙ୍କ ଠାରୁ ପୂରଣ କରିବ।