ଓଡିଶା

odisha

ETV Bharat / bharat

କୁମ୍ଭମେଳାରେ ନୂଆ ନିୟମ: ଗଙ୍ଗାରେ 3 ଥର ବୁଡ ପକାଇପାରିବେ ଭକ୍ତ - ହରିଦ୍ବାର

ଗଙ୍ଗାରେ 3 ଥର ବୁଡ ପକାଇପାରିବେ ଭକ୍ତ । ହରିଦ୍ବାର ପୋଲିସ ପକ୍ଷରୁ କୋରୋନା ପାଇଁ ନୂଆ ଗାଇଡ ଲାଇନ ଜାରି । ଅଧିକ ପଢନ୍ତୁ...

Devotees to only take 3 dips in Ganga, rules Haridwar police
ଗଙ୍ଗାରେ 3 ଥର ବୁଡ ପକାଇପାରିବେ ଭକ୍ତ

By

Published : Jan 16, 2021, 7:37 PM IST

ଡେରାଡୁନ: କୋରୋନା ପାଇଁ ନୂଆ ଗାଇଡ ଲାଇନ ଜାରି । ହରିଦ୍ବାରରେ ହେଉଥିବା କୁମ୍ଭ ମେଳାକୁ ଆସୁଥିବା ଭକ୍ତଙ୍କ ପାଇଁ ନୂଆ ଗାଇଡ ଲାଇନ କରିଛି ପୋଲିସ ପ୍ରଶାସନ । ମେଳାକୁ ଆସୁଥିବା ଭକ୍ତ ଗଙ୍ଗାରେ 3 ଥର ବୁଡ ପକାଇପାରିବେ । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ହରି କି ପୋରି ଘାଟ ସମେତ ବିଭିନ୍ନ ଘାଟରେ ପୋଲିସ ନିୟୋଜିତ ହୋଇଛନ୍ତି । ରାଜ୍ୟ ପୋଲିସର ସୂଚନାନୁସାରେ, ଘାଟ ଗୁଡିକରେ କିଭଳି ଭିଡ ନ ଜମେ, ଏଥିପ୍ରତି ଧ୍ୟାନ ଦେବେ । ଏହାସହ ସମସ୍ତ ଭକ୍ତ କିଭଳି ଗଙ୍ଗାରେ ପବିତ୍ର ବୁଡ଼ ପକାଇବାର ସୁଯୋଗ ପାଇବେ ସେନେଇ ବ୍ୟବସ୍ଥା ହୋଇଛି ।

କୁମ୍ଭ ମେଳା ଆଇଜି ସଞ୍ଜୟ ଗୁଞ୍ଜୟାଲ କହିଛନ୍ତି ଯେ ସନାତନ ଧର୍ମ ଅନୁଯାୟୀ, ସ୍ନାନ କରିବା ପରେ ଧ୍ୟାନ ଏବଂ ଜପ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏବଂ ସେହି ସମୟରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥାଏ । ଏନେଇ ସମସ୍ତ କୁମ୍ଭମେଳା ଜାନୁୟାରୀ 14, 2021ରେ ଆରମ୍ଭ ହୋଇଛି । ଯେ ଏହି ସମୟରେ ଭକ୍ତମାନେ ଗଙ୍ଗା ସମେତ ଅନ୍ୟ ନଦୀରେ ବୁଡ ପକାଇଲେ ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ଲୋକ ବିଶ୍ବାସ ରହିଛି । ଶାସ୍ତ୍ରରେ ଗଙ୍ଗାରେ ଥିବା ତିନୋଟି ବୁଡ଼କୁ ମଧ୍ୟ ବର୍ଣ୍ଣନା କରାଯାଇଛି । ଯଦି ସଠିକ୍ ଭାବରେ କରାଯାଏ, ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଓ ମହେଶ ପ୍ରାପ୍ତ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details