ଡେରାଡୁନ୍: ଆଉ 7ଦିନ ପରେ ଭକ୍ତମାନଙ୍କ ପାଇଁ ବଦ୍ରୀନାଥଙ୍କ କବାଟ ଖୋଲାଯିବ । କିନ୍ତୁ ଏବେ ଠାରୁ ତୀର୍ଥଯାତ୍ରୀଙ୍କ ସମାଗମ ବଦ୍ରୀନାଥ ଧାମରେ ହେଲାଣି । ଶ୍ରଦ୍ଧାଳୁମାନେ ବର୍ତ୍ତମାନ ତୁଷାରପାତ ସାଙ୍ଗକୁ ଦେବଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି ।
ବଦ୍ରୀନାଥରେ ପହଞ୍ଚିଲେଣି ତୀର୍ଥଯାତ୍ରୀ, ନେଉଛନ୍ତି ତୁଷାରପାତର ମଜା
ଛଅ ମାସ ପରେ ବଦ୍ରୀନାଥ ଧାମର କବାଟ 10 ମେ'ରେ ଖୋଲିବ । କିନ୍ତୁ ଏବେ ଠାରୁ ତୀର୍ଥଯାତ୍ରୀଙ୍କ ସମାଗମ ବଦ୍ରୀନାଥ ଧାମରେ ହେଲାଣି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଏଥିସହ ବ୍ୟବସାୟୀମାନେ ବି ସେଠାରେ ପହଞ୍ଚି ନିଜର ଦୋକାନର ସଫାସୁତାର କରିବା ସାଙ୍ଗକୁ ମରାମତି କରିବାରେ ଲାଗିଲେଣି । ସୂଚନାଥାଉକି, ଛଅ ମାସ ପରେ ବଦ୍ରୀନାଥ ଧାମର କବାଟ 10 ମେ'ରେ ଖୋଲିବ । ବ୍ରହ୍ମମୁହୂର୍ତ୍ତର ସକାଳ 4ଟା15 ସମୟରେ ନୀତିରୀତି ଅନୁଯାୟୀ ଭକ୍ତଙ୍କ ପାଇଁ ବଦ୍ରୀନାଥର କବାଟ ଖୋଲାଯିବ ।
ଏପଟେ ଚଳିତ ବର୍ଷ ଛୋଟ ଚାରିଧାମରେ ମାତ୍ରାଧିକ ତୁଷାରପାତ ହୋଇଛି । ତେବେ ଚଳିତ ଥର ଅତ୍ୟଧିକ ତୁଷାରପାତ ଯୋଗୁଁ ଶେଷନେତ୍ର ହ୍ରଦରେ ପାଣି ଭରି ରହିଛି । ଯାହା ଫଳରେ ହ୍ରଦର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ହେବ ।