ଓଡିଶା

odisha

ETV Bharat / bharat

ଦେଶ ପାଳୁଛି ଶ୍ରାବଣ ସୋମବାର, ଶୈବପୀଠରେ କାଉଡିଆଙ୍କ ଭିଡ - first monday of 'sawan' month

ବୋଲ ବମ ଧ୍ବନିରେ କମ୍ପୁଛି ବିଭିନ୍ନ ଶୈବପୀଠ । ଜଳ ଲାଗି ପାଇଁ ଦେଶର ପ୍ରମୁଖ ଶୈବପୀଠ ଗୁଡିକରେ ଲାଗିଛି କାଉଡିଆଙ୍କ ଭିଡ ।

ଡିଜାଇନ ଫଟୋ

By

Published : Jul 22, 2019, 10:38 AM IST

ନୂଆଦିଲ୍ଲୀ: ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ଜଳ ଲାଗି ପାଇଁ ଦେଶର ପ୍ରମୁଖ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ବୋଲ ବମ ଧ୍ବନିରେ କମ୍ପୁଛି ବିଭିନ୍ନ ଶୈବପୀଠ । ଜଳ ପ୍ରିୟ ଭଗବାନ ଶିବଙ୍କୁ ଜଳ ଲାଗି କଲେ ମନଲୋଭା ବର ମିଳିଥାଏ ବୋଲି କୁହାଯାଏ ।

ଫଟୋ ସୌଜନ୍ୟ: ଏଏନଆଇ

ମଧ୍ୟପ୍ରଦେଶ ଉଜୈନର ମହାକାଳେଶ୍ବର ମନ୍ଦିରରେ ଭୋର 3ଟାରେ ଭଷ୍ମଆଳତୀ କରାଯାଇଛି । ମହାଦେବଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଆଜି ସନ୍ଧ୍ୟାରେ ମହାକାଳ ନିଜ ପ୍ରଜାଙ୍କ ବିଷୟରେ ଜାଣିବା ପାଇଁ ପାଲିଙ୍କିରେ ବସି ନଗର ଭ୍ରମଣରେ ବାହାରିବେ । ଏହି ଶ୍ରାବଣ ମାସର ଏହା ପ୍ରଥମ ରାଜକୀୟ ଢଙ୍ଗରେ ବାବା ମହାକାଳ ମନମହେଶ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ମହାକାଳେଶ୍ବରଙ୍କ ଟିକିଏ ଝଲକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।

ଫଟୋ ସୌଜନ୍ୟ: ଏଏନଆଇ

ସେହିପରି ଝାଡଖଣ୍ଡର ଦେଓଗଡରେ ଥିବା ବୈଦ୍ୟନାଥ ଜ୍ୟୋତିଲିଙ୍ଗ ମନ୍ଦିରରେ ଜଳାଭିଷେକ ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଶ୍ରାବଣ ମାସ ହେତୁ ପ୍ରତ୍ୟେକ ଦିନ ଏଠାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଆସିଥାନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ସେହିପରି କାନପୁରସ୍ଥିତ ଅନ୍ଧେଶ୍ବର ଶିବ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ଧୁମ୍‌ଧାମ୍‌ରେ ଚାଲିଛି ଶିବଙ୍କ ପୂଜାର୍ଚ୍ଚନା । ଚାନ୍ଦିନୀଚୌକ ଗୌରୀଶଙ୍କର ମନ୍ଦିରରେ ମଧ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

ABOUT THE AUTHOR

...view details