ଓଡିଶା

odisha

ସାଇକଲରେ ସାବରୀମାଳା ଯାତ୍ରା

ସାବରୀମାଳା ମନ୍ଦିରର ସ୍ବାମୀ ଆୟପ୍ପାଙ୍କ ଦର୍ଶନ ପାଇଁ 1480 କିଲୋମିଟର ବାଟ ସାଇକଲରେ ଯାତ୍ରା କରିଛନ୍ତି ଶ୍ରଦ୍ଧାଳୁ । ସେମାନେ ଏହି ଦୂରତାକୁ କେବଳ 12 ଦିନରେ ଅତିକ୍ରମ କରିଛନ୍ତି।

By

Published : Nov 23, 2019, 2:58 PM IST

Published : Nov 23, 2019, 2:58 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ଥିରୁଅନନ୍ତପୁରମ: ଭଗବାନ ପାଇଁ ଭକ୍ତ କିଛି ବି କରିପାରେ । ନିଜ ଆରାଧ୍ୟ ଦେବତାଙ୍କ ଦର୍ଶନ ପାଇଁ ନିଜ କଷ୍ଟ ଭୁଲି ମାଇଲ ମାଇଲ ଦୂର ଅତିକ୍ରମ କରିଥାଏ ଭକ୍ତ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳର ସାବରୀମାଳା ମନ୍ଦିରରେ । ସାବରୀମାଳା ମନ୍ଦିରର ସ୍ବାମୀ ଆୟପ୍ପାଙ୍କ ଦର୍ଶନ ପାଇଁ 1480 କିଲୋମିଟର ବାଟ ସାଇକଲରେ ଯାତ୍ରା କରିଛନ୍ତି ଶ୍ରଦ୍ଧାଳୁ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆନ୍ଧ୍ର ପ୍ରଦେଶର 14 ଜଣିଆ ଶ୍ରଦ୍ଧାଳୁ ଦଳ ସାବରୀମାଳା ପର୍ଯ୍ୟନ୍ତ ସାଇକଲେ ଯାତ୍ରା କରିଛନ୍ତି । ଯାହାର ଦୂରତା ପ୍ରାୟ 1480 କିଲୋମିଟର ହେବ । ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀର ଭୀମାବର ଗ୍ରାମରୁ ସାଇକଲେରେ ବାହାରିଥିଲେ ଏହି ଶ୍ରଦ୍ଧାଳୁ। ସେମାନେ ଏହି ଦୂରତାକୁ କେବଳ 12 ଦିନରେ ଅତିକ୍ରମ କରିଛନ୍ତି। ସେମାନଙ୍କ ମଧ୍ୟରେ କିଛି ପ୍ରଥମ ଥର ପାଇଁ ଯାତ୍ରା କରିଥିଲେ ତ ଆଉ କିଛି ଲଗାତାର 3 ବର୍ଷରୁ ଏଭଳି ଯାତ୍ରା କରିଆସୁଥିଲେ।

ABOUT THE AUTHOR

...view details