ମୁମ୍ବାଇ: ଧରାପୃଷ୍ଠରେ ଶ୍ରୀଗଣେଶଙ୍କ ଆଗମନରେ ଚଳଚଞ୍ଚଳ ସମଗ୍ର ଦେଶ । ମୁମ୍ବାଇର ପ୍ରସିଦ୍ଧ ବା ସବୁଠୁ ବଡ ଲାଲବାଗଚା ରାଜାପେଣ୍ଡାଲରେ ମହାକାଶରେ ପୂଜା ପାଉଛନ୍ତି 20 ଫୁଟ୍ ର ମୂଷିକରାଜ । ଶ୍ରୀଗଣେଶଙ୍କ ଆଶୀର୍ବାଦ ନେବାକୁ ଜନସମାଗମ ଦେଖିବାକୁ ମିଳିଛି । ଭକ୍ତଙ୍କ ମଧ୍ୟରେ କେବଳ ସାଧାରଣ ଜନତା ନୁହେଁ ବଡ ବଡ ନେତା ମଧ୍ୟ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଆସିଥିବା ଦେଖିବାକୁ ମିଳିଛି ।
ଲାଲବାଗଚା ରାଜା ପେଣ୍ଡାଲରେ 20 ଫୁଟିଆ ମହାକାଶଚାରୀ ଗଜରାଜ - ଲାଲବାଗଚା ରାଜାପେଣ୍ଡାଲ
ମୁମ୍ବାଇର ପ୍ରସିଦ୍ଧ ବା ସବୁଠୁ ବଡ ଲାଲବାଗଚା ରାଜାପେଣ୍ଡାଲରେ ମହାକାଶରେ ପୂଜା ପାଉଛନ୍ତି 20 ଫୁଟ୍ ର ମୂଷିକରାଜ । କେବଳ ସାଧାରଣ ଜନତା ନୁହେଁ ବଡ ବଡ ନେତା ମଧ୍ୟ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଆସିଥିବା ଦେଖିବାକୁ ମିଳିଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ପତ୍ନୀଙ୍କ ସହ ସିଦ୍ଧିବିନାୟକ ଦର୍ଶନ କରିସାରିଛନ୍ତି । ପରେ ଲାଲବାଗଚାରେ ଶ୍ରୀଗଣେଶଙ୍କ ଦର୍ଶନ କରିବାକୁ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ବର୍ଷ ପୂଜାପଣ୍ଡପରେ ରଖାଯାଏ କିଛି ନିଆରା ଥିମ୍ । ଚଳିତବର୍ଷ ଲାଲବାଗଚାରେ ଏକ ନିଆରା ଥିମ ରଖାଯାଇଛି । ଯେଉଁଠି ମହାକାଶରେ ପୂଜା ପାଉଛନ୍ତି ବିଘ୍ନବିନାଶକ । ଚନ୍ଦ୍ରଯାନ-2 କ୍ଷେପଣକୁ ନେଇ ସମାନ ଭାବେ ପେଣ୍ଡାଲ ପ୍ରସ୍ତୁତ କରାଯାଇଛି । ପେଣ୍ଡାଲକୁ ଦେଖିଲେ ଲାଗୁଛି ସତେ ଯେପରି ମହାକାଶରେ ଗଣେଶ ଭାସୁଛନ୍ତି । ତେବେ 10 ଦିନ ଧରି ଗଣେଶଙ୍କ ଏହି ରୂପ ଦେଖିବେ ଭକ୍ତ। ପୁଣି ଗଣେଶଙ୍କୁ ମହାକାଶଚାରୀ ଓ ମହାକାଶ ଯାନ ଘେରି ରହିଥିବା ଭଳି ଦୃଶ୍ୟ ଆପଣ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।
ତେବେ ଆୟୋଜନକାରୀଙ୍କ କହିବାନୁଯାୟୀ 10 ଦିନରେ ପାଖାପାଖି ଦେଢ କୋଟି ଲୋକ ଗଜାନନଙ୍କ ଦର୍ଶନ ପାଇଁ ଆସିଛନ୍ତି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସିସିଟିଭି ସହ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଚଳିତବର୍ଷ ନିଆରା ଥିମ କରାଯାଇଥିବାରୁ ପ୍ରବଳ ଭିଡ ହେବା ଆଶଙ୍କା କରାଯାଉଛି ।