ମୁମ୍ବାଇ: ପରିବେଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା ବିଧାୟକ ଆଦିତ୍ୟ ଠାକରେ । ରାଜ୍ୟରେ ବିକାଶ ଜାରି ରହିବ । ହେଲେ ଏହା ଦ୍ବାରା ଯେପରି ପରିବେଶକୁ କୌଣସି ପ୍ରକାର କ୍ଷତି ପହଞ୍ଚିବ ନାହିଁ ସେ ନେଇ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି ।
ପରିବେଶକୁ କ୍ଷତି ନପହଞ୍ଚାଇ ଜାରି ରହିବ ବିକାଶ: ଆଦିତ୍ୟ ଠାକରେ - ପରିବେଶକୁ କ୍ଷତି ନପହଞ୍ଚାଇ ବିକାଶ ଜାରି ରହିବ
ରାଜ୍ୟରେ ଜାରି ରହିବ ବିକାଶ । ହେଲେ ଏହା ଦ୍ବାରା ଯେପରି ପରିବେଶକୁ କୌଣସି ପ୍ରକାର କ୍ଷତି ଯେପରି ପହଞ୍ଚିବ ନାହିଁ ସେନେଇ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ଶିବସେନା ବିଧାୟକ ଆଦିତ୍ୟ ଠାକରେ କହିଛନ୍ତି ।
ମେଟ୍ରୋ କାର ସେଡ ନିର୍ମାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ଶୁକ୍ରବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଆଦିତ୍ୟ ଠାକରେ । ଏନେଇ ସେ କହିଛନ୍ତି ଯେ, ମୁମ୍ବାଇର ସମସ୍ତ ଲୋକ ଏହି ନିଷ୍ପତ୍ତିରେ ଖୁସି ଅଛନ୍ତି । ରାଜ୍ୟରେ ବିକାଶ ଜାରି ରହିବ । ହେଲେ ପରିବେଶକୁ କ୍ଷତି ପହଞ୍ଚାଉଥିବା ସମସ୍ତ କାରକ ଉପରେ ରୋକ ଲଗାଯିବ ।
ମୁମ୍ବାଇର ଆରା ଅଞ୍ଚଳରେ ମେଟ୍ରୋ କାର ସେଡ ପାଇଁ ୨୭୦୦ ଗଛ କଟାଯିବା ନିଷ୍ପତି ନେଇଥିଲେ ସେତେବେଳର ତତ୍କାଳୀନ ସରକାର । ହେଲେ ଏହି ନିଷ୍ପତ୍ତିକୁ ଅନେକ ମହଲରେ ଲଗାତାର ବିରୋଧ କରାଯାଉଥିଲା । ଯାହାକୁ ଦୃଷ୍ଟିରେ ରଖି ଶୁକ୍ରବାର ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆରା ମେଟ୍ରୋ କାର ସେଡ ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମେଟ୍ରୋ କାର୍ଯ୍ୟ ଉପରେ କୌଣସି ବାଧା ସୃଷ୍ଟି ହେବ ନାହିଁ । ଆଗାମୀ ନିଷ୍ପତ୍ତି ପର୍ଯ୍ୟନ୍ତ ଆରା ଅଞ୍ଚଳର ଗୋଟିଏ ବି ଗଛ କଟାଯିବ ନାହିଁ ବୋଲି ସେ କହିଥିଲେ ।