ଓଡିଶା

odisha

ETV Bharat / bharat

ବଙ୍ଗ ହିଂସା ପାଇଁ ବିଜେପି ଦାୟୀ, ପ୍ରମାଣ ରଖିଛି ଟିଏମସି !

ପଶ୍ଚିମବଙ୍ଗ ହିଂସା ପାଇଁ ଉଭୟ ଟିଏମସି-ବିଜେପି ମଧ୍ୟରେ ବଢି ଚାଲିଛି ତୁତୁ ମେଁମେଁ ।  ଏନେଇ ଆଜି ତୃଣମୂଲ କଂଗ୍ରେସର ମୁଖପାତ୍ର ଡେରକେ ଓ ବ୍ରାୟନ ଏକ ସମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ବାହାରୁ ଗୁଣ୍ଡା ଆଣି ଏଭଳି ହିଂସାତ୍ମକ କାର୍ଯ୍ୟକଳାପ କରାଇଥିବା ସେ ଅଭିଯୋଗ କରିଛନ୍ତି ।

By

Published : May 15, 2019, 5:36 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

କୋଲକାତା: ମଙ୍ଗଳବାର ଅମିତ୍‌ ଶାହାଙ୍କ ରୋଡ ଶୋ'ରେ ହୋଇଥିବା ହିଂସାକୁ ନେଇ ଏବେ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗର ରାଜନୀତି । ଏହି ହିଂସା ପାଇଁ ଉଭୟ ଦଳ ପରସ୍ପର ଉପରେ ଆରୋପ ଲଗାଇଛନ୍ତି । ଏନେଇ ଆଜି ତୃଣମୂଳ କଂଗ୍ରେସର ମୁଖପାତ୍ର ଡେରକେ ଓ ବ୍ରାୟନ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ବାହାରୁ ଗୁଣ୍ଡା ଆଣି ଏଭଳି ହିଂସାତ୍ମକ କାର୍ଯ୍ୟକଳାପ କରାଇଥିବା ସେ ଅଭିଯୋଗ କରିଛନ୍ତି । ସେ ବିଜେପି ନେତା ତେଜିନ୍ଦର ବଗ୍ଗାଙ୍କୁ ବି ଟାର୍ଗେଟ କରିଛନ୍ତି ।

ଫଟୋ ସୈଜନ୍ୟ: ଏଏନଆଇ
ଫଟୋ ସୈଜନ୍ୟ: ଏଏନଆଇ

କୋଲକାତାରେ ଯେକୌଣସି ବ୍ୟକ୍ତି ଆସି ରାଲି କରିପାରିବେ । କିନ୍ତୁ ବାହାର ଲୋକ ଏଠି କ'ଣ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହିତ ତେଜିନ୍ଦର ବଗ୍ଗାଙ୍କ ସମ୍ପର୍କରେ ସେ କହିଛନ୍ତି, ସେ କିଏ ? ସେ ଜଣେ ଅପରାଧୀ । ସେ ଥରେ ଗିରଫ ମଧ୍ୟ ହୋଇଛନ୍ତି । ତେବେ ଏହାର ପ୍ରମାଣ ହିସାବରେ ସେମାନେ 2 ଟି ଫଟୋ ମଧ୍ୟ ରଖିଥିବା କହିଛନ୍ତି ଡେରକେ । କେନ୍ଦ୍ରୀୟ ସୁରକ୍ଷାବଳ ସହ ଟିଏମସିର କୌଣସି ବ୍ୟକ୍ତିଗତ ସାମଞ୍ଜସ୍ୟ ନାହିଁ । ଆମ ପାଖରେ 2 ଟି ଏଭଳି ଫଟୋ ଅଛି ଯେଉଁଥିରୁ ପ୍ରମାଣ ହେଇଯିବ ଯେ, ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସୁରକ୍ଷାବଳ ବିଜେପି ସହ ଅଛି ।

ସେପଟେ ଡେରକେଙ୍କ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ତେଜିନ୍ଦର ବଗ୍ଗା । ଡେରକେଙ୍କୁ କେହି ଗଭୀରତାର ସହ ନନେବା ପାଇଁ ସେ କହିଛନ୍ତି । ଏହାର ପ୍ରମାଣ କରିବାକୁ ଡେରକେଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି ସେ । ହିଂସାର 500 ମିଟର ଭିତରେ ବଗ୍ଗା ଥିବା ପ୍ରମାଣ କରନ୍ତୁ ବୋଲି ଡେରକେଙ୍କୁ ସେ ଚ୍ୟାଲେଞ୍ଜ କରିଛନ୍ତି । ଯଦି ଭୁଲ ସାବ୍ୟସ୍ତ ହେଲି ତ ରାଜନୀତି ଛାଡିଦେବି । ଆଉ ଯଦି ପ୍ରମାଣ ଦେଖାଇବାରେ ସେ ବିଫଳ ହୁଅନ୍ତି ତାଙ୍କୁ ରାଜନୀତି ଛାଡିବାକୁ ପଡିବ ବୋଲି କହିଛନ୍ତି ବାଗ୍ଗା ।

ABOUT THE AUTHOR

...view details